ବାଣପୁର ରେ ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଆୟତ୍ତପୁର ପଞ୍ଚାୟତରୁ ଆଜି ପ୍ରଥମ ଓମ୍ରିକନ ଆକ୍ରାନ୍ତ ଚି଼ହ୍ନଟ କରାଯାଇଛି । ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ସୂଚନା ଦେଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଜଣକ ୨୨ ବର୍ଷର ଯୁବକ ବୋଲି ଜଣାପଡିଛି । ସେ ନିକଟରେ କତ୍ତାର ରୁ ଫେରିଥିବା ଜଣାପଡିଛି । ଗତ ୩ ତାରିଖରେ ମେଡିକାଲ ପ୍ରଶାସନ ପକ୍ଷରୁ ତାଙ୍କର ଆରଟିପିସି ଆର ଏବଂ ଜିନମସିକ୍ଵେନସିଂ ପାଇଁ ନମୁନା ପଠାଯାଇଥିବା ବେଳେ ଗତକାଲି ରାତିରେ ଓମ୍ରିକନ ପଜିଟିଭ ଆସିଥିବା ଜଣାପଡିଛି । ତେବେ ପ୍ରାଥମିକ ପଦକ୍ଷେପ ରୂପେ ମେଡିକାଲ ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁ କେଉଁ ମାନେ ଆସିଛନ୍ତି ତାହାର ତଦନ୍ତ ଜାରି ରହିଛି । ସେହିପରି ଭାବେ ଆରଆରଟି ଟିମ ବର୍ତ୍ତମାନ ସର୍ଭେ ଆରମ୍ଭ କରି ଦେଇଛନ୍ତି । ତେବେ ଜନସାଧାରଣଙ୍କୁ ଭୟଭୀତ ନହେବା ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି । ଅନୁରୂପ ଭାବେ କୋଭିଡ଼ ଗାଇଡ଼ଲାଇନକୁ କଡ଼ାକଡି ଭାବେ ମାନିବା ଲାଗି ଜନସାଧାରଣଙ୍କୁ ମେଡିକାଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *