ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମାରେ ପାରଳାଖେମୁଣ୍ଡି ପୋୖର ପରିଷଦ ଓ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଙ୍କ ଉପସ୍ଥିତିରେ , ଡ଼ାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନତା କରାଯାଇଛି ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଜନ ଗହଳି ନ କରିବା ସକାଶେ ଦୋକାନୀ ମାନଙ୍କୁ ଓ ବାଣିଜ୍ୟ ବେପାର କରୁଥିବା ଲୋକଙ୍କୁ ସଚେତନତା କରିଛି ପୌର ପରିଷଦ । ପୋୖର ପରିଷଦ ସହକାରୀ ଯନ୍ତ୍ରୀ, କର୍ମଚାରୀଙ୍କ ସହ ପ୍ରଶାସନିକ ସହକାରୀ ଉପ ଜିଲ୍ଲାପାଳ ଜୁବୁଲି ବେହେରା ପ୍ରମୁଖ ଉପସ୍ଥିତ ରହି ସଚେତନ କରିଥିଲେ ।

