ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ବିଗତ କିଛି ଦିନ ହେବ ପକ୍ଷୀ ଶିକାର ବନ୍ଦ ରହିଥିବା ବେଳେ ଏବେ ପୁଣି ଅଞ୍ଚଳରେ ପକ୍ଷୀ ଶିକାର ଘଟଣା ସାମ୍ନାକୁ ଆସିଛି । ପକ୍ଷୀ ଶୀକାର କରିବା ବେଳେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଜଣେ ଶିକାରୀ ଧରାପଡ଼ି ଗିରଫ ହୋଇଛନ୍ତି । ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ମଙ୍ଗଳାଯୋଡି ପକ୍ଷୀ ସୁରକ୍ଷା କ୍ୟାମ୍ପ ଆଉଟର ଚ୍ୟାନେଲ ନିକଟରୁ ଉକ୍ତ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ । ଶିକାରୀ ଙ୍କ ନିକଟରୁ ସାତ ଗୋଟି ମୃତ ବିଦେଶୀ ପକ୍ଷୀ ଏବଂ ଏକ କାତମରା ଡ଼ଙ୍ଗା ଜବତ କରିଛି ବନ୍ୟପ୍ରାଣୀ ବିଭାଗ । ଗିରଫ ବ୍ୟକ୍ତି ଜଣକ ହେଲେ ଟାଙ୍ଗୀ ଥାନା ତୋଟାପଡ଼ା ଗ୍ରାମର ବନ ବେହେରା । ତାଙ୍କ ବିରୋଧରେ ପିଆର ନମ୍ବର ୧୭ ଟି /୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଟାଙ୍ଗୀ ରେଂଞ୍ଜ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି ।
ଚିଲିକାରେ ସାତ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ : ଶିକାରୀ ଗିରଫ !!!

