ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଅସୁରେଶ୍ୱର ଅଞ୍ଚଳରେ ପାଳିତ ହୋଇଯାଇଛି ସହିଦ ଦିବସ . ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ତିରୋଧାନ ଦିବସ ଅବସରରେ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେଦ୍ର ରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଅସୁରେଶ୍ୱର ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥନୀ ରୁପେ ଅବତୀର୍ଣ୍ଣ ହୋଇଥିବା ରାଜଲକ୍ଷ୍ମୀ ସାହୁ , ଯୁବ ସମାଜସେବି ସନ୍ତୋଷ କୁମାର ସାହୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ପଣ୍ଡା, ଦିଲିପ କୁମାର ବେହେରା, ଶୁକଦେବ ମଳିକ ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ସେହିପରି ଅସୁରେଶ୍ୱର ବ୍ୟବସାୟୀ ସଂଘ ପକ୍ଷରୁ ସଭାପତି ରଘୁନାଥ ନାୟକ, ଉପ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଅଜୟ କୁମାର ବଳ, ସତ୍ୟନାରାୟଣ ମିଶ୍ର, ରାଜକିଶୋରୀ ସିଂହ, ସରୋଜ କୁମାର ସିଂହ ପ୍ରମୁଖ ଅସୁରେଶ୍ୱର ଗ୍ରାମ ପଞ୍ଚାୟତ ରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଅସୁରେଶ୍ୱରରେ ସହିଦ ଦିବସ ପାଳିତ !!!

