ବାଲିଗୁଡ଼ାରେ ଚୋର ଆତଙ୍କ : ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରୀ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଦର ମହକୁମା ରେ ମାତିଛନ୍ତି ଚୋର । ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରୀ ଅଭିଯୋଗ । ବିଳମ୍ବିତ ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଦିବାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ କିରାଣା ଦୋକାନରୁ ୨୫ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ଶାନ୍ତନୁ କୁମାର ଦଣ୍ଡସେନା ନାମକ ଜଣେ ଯୁବକଙ୍କ ଜନସେବା କେନ୍ଦ୍ରରୁ କମ୍ପ୍ୟୁଟର ଟେବୁଲ୍ ସମେତ ବିଭିନ୍ନ ଆବଶ୍ୟକୀୟ କାଗଜପତ୍ର ଓ କିଛି ଟଙ୍କା ଦୁର୍ବୃତ୍ତ ଚୋରୀ କରିନେଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବାଲିଗୁଡ଼ା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସେପଟେ ଦିନକୁ ଦିନ ସହରରେ ଛୋଟ ବଡ଼ ଚୋରି ବଢୁଥିବା ବେଳେ ସହରରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଆବଶ୍ୟକ ବୋଲି ବ୍ୟବସାୟୀ ମହଲରୁ ପ୍ରବଳ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *