ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପରକ୍ରିୟା ପ୍ରୀତି ନେଲା ମହିଳା ଙ୍କ ଜୀବନ || ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଅଞ୍ଚଳ ର ବେରୁଆଁବାରି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା . ସୂଚନା ଅନୁସାରେ , ବେରୁଆଁବାରି ଗ୍ରାମର ମଦନ ସାହୁ ର ପୁଅ ଲଳିତ କୁମାର ସାହୁ ନିଜ ସ୍ତ୍ରୀ ମାମାଲି ସାହୁଙ୍କୁ ଅତି ନିର୍ମବ ଭାବେ କବାଟ ଧଡ଼ା ରେ ବାଡେଇ ବାଡେଇ ହତ୍ୟା କରିଛି || ପାରିପାର୍ଶ୍ଵିକ ଘଟଣା ଏବଂ କିଛି ଲୋକଙ୍କ କଥା ଉପରେ ନଜର କଲେ ଘଟଣା ଟି ପରକ୍ରିୟା ପ୍ରୀତି ଯୋଗୁଁ ଘଟିଥିବା ଆଲୋଚନା ହେଉଛି || ଏପଟେ ହତ୍ୟାକାରୀ ଘଟଣା ଘଟାଇ ସାରିବା ପରେ ଓଡଗାଁ ଥାନାରେ ଆତ୍ମ ସମର୍ପଣ କରି ଘଟଣା ବିଷୟରେ କହିବା ପରେ ଓଡଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ କରିଥିବା ଓଡଗାଁ ଥାନା ପକ୍ଷରୁ ସୂଚନା ମିଳିଛି ||
ପରକ୍ରିୟା ପ୍ରୀତି ହେଲା କାଳ : ଚାଲିଗଲା ମହିଳାଙ୍କ ଜୀବନ !!!

