ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସଦର ମହକୁମା ର ପ୍ରତାପ ଚନ୍ଦ୍ର ବାରିକଙ୍କ ପୁତ୍ର ରଘୁନାଥ (୧୬) ପିଲା ଦିନରୁ ହୃଦଘାତ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ପ୍ରତାପ ଗାଁ ଗାଁ ବୁଲି ବାରିକ ବୃତ୍ତି କରି ନିଜର ପରିବାରକୁ ଚଳାଇବା ସହିତ ଆର୍ଥିକ ଅନାଟନ ସତ୍ତ୍ୱେ ନିଜର ରୋଗିଣା ପୁତ୍ର ପାଇଁ ଆବଶ୍ୟକୀୟ ଔଷଧ ଆଣି ଦେଇଥାନ୍ତି । ତେବେ ରଘୁନାଥ 2020 ମସିହାରେ ଦଶମ ଶ୍ରେଣୀ ପଢ଼ୁଥିବା ସମୟରେ ରୋଗ ଟି ଅଧିକ ଜଟିଳ ହେବାରୁ ପାଠ ପଢା ରେ ଡୋରୀ ବାନ୍ଧି ଘରେ ଶଯ୍ୟାଶାୟୀ ଅବସ୍ଥାରେ ପଡି ରହିଥିଲା । ତାକୁ ଚିକିତ୍ସା ନିମିତ୍ତ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେସନ ପାଇଁ ଅର୍ଥ ଯୋଗାଡ଼ରେ ପ୍ରତିବନ୍ଧକ ସାଜି ଥିବାରୁ କରଜ କରି ତାକୁ 2021 ମସିହାରେ ବାଇପାସ ହାର୍ଟ ଅପରେସନ କଲିକତାରେ କରାଯାଇଥିଲା । ଏହି ଅପରେସନ କରିଥିଲେ ମଧ୍ୟ ତାହା ଫଳପ୍ରଦ ନହେବାରୁ ଓପନ ହାର୍ଟ ସର୍ଜରି ପାଇଁ ପ୍ରଚୁର ପରିମାଣରେ ଅର୍ଥର ଆବଶ୍ୟକତା ରହିଛି । ତତ ସହିତ ଏବେ ସେ ଯକ୍ଷ୍ମା ରୋଗରେ ପୀଡିତ ହୋଇଥିବାରୁ ଘରେ ରହିଥିବା ସମୟରେ ରୋଗୀର ପିତାମାତା କୌଣସି ସ୍ୱେଚ୍ଛାସେବୀ ସଙ୍ଗଠନ ହେଉ ଅବା ସରକାରୀ ସ୍ତରରୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପିତାମାତାଙ୍କ ଆକୁଳ ନିବେଦନ !!!

