ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ନେଇ ବାଙ୍କୀ ରାଜନୀତି ସରଗରମ ହୋଇଥିବା ବେଳେ ମାର୍କେଟ ରେ ବେଶ ହଇଚଇ କରିଛି ଗୁଆଘିଅ ଧୁନ . ନିର୍ବାଚନ ମଣ୍ଡଳୀରେ ହୋଇଥିବା ସମସ୍ତ ଦୁର୍ନୀତି ଏବଂ ହେରାଫେରି ଘଟଣା ଉପରେ ଆଧାରିତ ଏହି ଗୀତ ଏବେ ସୋସାଲ ମିଡିଆରେ ହେଉଛି ଭାଇରାଲ . ଗାଁ ଗଣ୍ଡା ରେ ସମସ୍ତେ ଗୁଣୁଗୁଣୁ ହୋଇ ଗାଉଛନ୍ତି , ଖାଇଗଲେ ବୋପା ପୁଅ – ତାଙ୍କୁ ବାଙ୍କୀ ରୁ ବିଦାୟ ଦିଅ . ହ୍ବାଟସ ଆପ ଷ୍ଟାଟସ ଠାରୁ ଆରମ୍ଭ କରି ଫେସବୁକ ଷ୍ଟୋରୀ ପର୍ଯ୍ୟନ୍ତ ସବୁଆଡେ ମାଡି ଯାଇଛି ଏହି ଗୀତର ଧୁନ . ବାଙ୍କୀ ନିର୍ବାଚନ ମୈଦାନରେ ତିନି ପ୍ରମୂଖ ରାଜନୈତିକ ଦଳ – ବ୍ୟାନର , ପୋଷ୍ଟର , ଗୀତ , ରାଲି , ଶୋଭାଯାତ୍ରା ମାଧ୍ୟମରେ ସେମାନଙ୍କର ପ୍ରଚାର ଜାରି ରଖିଥିବା ବେଳେ ବାଙ୍କୀ ବିଜେଡି କୁ ଗୁଆଘିଅ ସ୍ୱରରେ କଂଗ୍ରେସ ର କଟାକ୍ଷ ବେଶ ରୋଚକ ହୋଇଛି . ତେବେ ଗୀତ ଶୁଣି ଖୁସି ହେଉଥିବା ଲୋକେ ଭୋଟ କେଉଁ ଚିହ୍ନରେ ଦେବେ ତାହା କହିବା ମୁସ୍କିଲ . କାରଣ ଗତ ପଞ୍ଚାୟତ ନିର୍ବାଚନରେ ଚିଟଫଣ୍ଡ କେଶ ରେ ବିବାଦୀୟ ନେତା ପ୍ରଭାତ ତ୍ରିପାଠୀଙ୍କୁ ବିରୋଧୀ ମାନେ ଟାର୍ଗେଟ କିରଥିଲେ ସୁଦ୍ଧା ବିଜେଡି କ୍ଲିନ ସୁଇପ କରିଥିଲା . ସେହିପରି ସମସ୍ତ ପ୍ରକାର ସମାଲୋଚନାମୂଳକ ପ୍ରଚାର ସତ୍ତ୍ୱେ ବି ସାଧାରଣ ନିର୍ବାଚନରେ ମଧ୍ୟ ଦେବୀରଞ୍ଜନ ତ୍ରିପାଠୀ ବିଜେଡି ଟିକେଟରେ ଜିତିଥିଲେ . ତେଣୁ ବାଙ୍କୀ ରେ ପ୍ରଚାର ଗୋଟେ ଆଡେ , ଭୋଟ ଆଉ ଗୋଟେ ଆଡେ ଏକଥା ବହୁବାର ପ୍ରମାଣିତ . ତଥାପି ବାଙ୍କୀ ନିର୍ବାଚନ ମଣ୍ଡଳୀର ୩୨ ଏବଂ ୩୪ ନମ୍ବର ଜୋନ ରେ ବିଜେପି ଏବଂ କଂଗ୍ରେସ ର ପଲ୍ଲା ଭାରି ରହିଛି . ଅନ୍ୟ ଚାରୋଟି ଜୋନ ରେ ବିଜେଡି ପ୍ରାୟ ସୁରକ୍ଷିତ .