ସଦା ଅମର ରହେ ପୂଜ୍ୟ କୃଷକ ନନ୍ଦକିଶୋର ବେହେରା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅନ୍ତର୍ଗତ କନ୍ଦରପୁର ର ଯୁବନେତା ସମାଜସେବୀ ନିରଞ୍ଜନ ବେହେରାଙ୍କ ପିତା ନନ୍ଦ କିଶୋର ବେହେରାଙ୍କ ଦ୍ୱାଦଶାହରେ ସରସ୍ୱତୀ କଳା ପରିଷଦ ତରଫରୁ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇ ଯାଇଛି . ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ଙ୍କ ପୌରହିତ୍ୟରେ ଆୟୋଜିତ ଏହି ସ୍ମୃତି ସଭାରେ ନନ୍ଦଭାଇ ଜଣେ ଭଲ ମଣିଷ ଥିଲେ, ସେ କୃଷିକୁ ଓ କୃଷକକୁ ଭଲ ପାଇନ୍ତି ଓ ସେ କୃଷି ପଣ୍ଡିତ ସ୍ଵର୍ଗତ ଦେବେନ୍ଦ୍ର ଓତା ଙ୍କ ପ୍ରେରଣାରେ ସଫଳ ଚାଷୀ ହୋଇଥିଲେ ଏବଂ ଜଣେ ଦରଦୀ ମଣିଷ ଭାବେ ପରିଚିତ ଥିଲେ ବୋଲି ମତ ପ୍ରକାଶ ପାଇଛି । ଉକ୍ତ ସଭାରେ ନନ୍ଦ କିଶୋରଙ୍କ ବୋହୁ ସଙ୍ଗୀତା ବେହେରା, ଚିନ୍ତାମଣି ସାହୁ, ପ୍ରତାପ ରାଉତ, ରନେଶ ସାହୁ, ଜ୍ୟୋତି ରଞ୍ଜନ ପ୍ରଧାନ, ପ୍ରଶାନ୍ତ ରାଉତ, ଶୁଭକାନ୍ତ ଓତା, ଅମରଜିତ୍ ଓତା , ଦୀନବନ୍ଧୁ ପଣ୍ଡା, ତାପସ ସ୍ୱାଇଁ, ସଞ୍ଜୟ ହାତୀ, ସନ୍ତୋଷ କୁମାର ହାତୀ, ଜିତେନ୍ଦ୍ର ସାହୁ, ଅଭିଜିତ ଓତା, ଧୀରେନ୍ଦ୍ର ପ୍ରଧାନ, ପ୍ରିୟରଞ୍ଜନ ରାଉତ, ଗୀତିକାର ଅମିୟ ରଞ୍ଜନ ପଟ୍ଟନାୟକ, ଚନ୍ଦନ ବାରିକ, ସାରଦା ପ୍ରସନ୍ନ ସ୍ୱାଇଁ , ରଞ୍ଜନ ମହାନ୍ତ, ମାନସ ରଞ୍ଜନ ରଣା, ସିତାଂଶୁ ତରାଇ, ରଶ୍ମି ରଞ୍ଜନ ପଟ୍ଟନାୟକ, ପ୍ରଭାତ କୁମାର ପ୍ରଧାନଏବଂ କନ୍ଦରପୁର ଗ୍ରାମ କମିଟିର ସଭାପତି ଅଜୟ ପ୍ରଧାନ, ସମ୍ପାଦକ ଦୀପକ ସାହୁ , କୋଷାଧ୍ୟକ୍ଷ କାଳନ୍ଦୀ ସାହୁ ଓ ସମାଜ ସେବୀ ଓମ୍ ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *