ପୂର୍ବ ବାଙ୍କୀ ରେ ଭୋଟ ସରିଲା : ପଶ୍ଚିମ ବାଙ୍କୀ ରେ ପ୍ରଚାର ସରିଲା !!!

Spread the love

ଡମପଡା // ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ // ଅନନ୍ତ ରଣା : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପୂର୍ବ ବାଙ୍କୀ ରେ ଭୋଟ ଦାନ ଶେଷ ହୋଇଥିବା ବେଳେ , ଆସନ୍ତା ଚବିଶ ତାରିଖ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପଶ୍ଚିମ ବାଙ୍କୀ ରେ ଶେଷ ହୋଇଛି ପ୍ରଚାର । ପ୍ରାର୍ଥୀ ଅପେକ୍ଷା କରିଛନ୍ତି ପରୀକ୍ଷା ଫଳକୁ . କାହାକୁ ଜନତା ଦେବେ ଆଶୀର୍ବାଦ . କିଏ ମାରିବ ବାଜି . ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯାୟରେ ବାଙ୍କୀ ଡମପଡା ବ୍କକର ଦୁଇ ଗୋଟି ଜିଲ୍ଲା ପରିଷଦ ଆସନର ୨୬୨ ଟି ବୁଥରେ ଶାନ୍ତି ଶୃଙ୍ଖଳା ର ସହ ମତଦାନ ସରିଛି । କାଁ ଭାଁ କୋଉଠି ଅପ୍ରୀତିକର ପରିସ୍ଥିତି ଘଟିଥିଲେ ମଧ୍ୟ ତାହାକୁ ସ୍ଥାନୀୟ ପ୍ରଶାସନ ନିୟନ୍ତ୍ରଣ କରି ପାରିଛି । ବାଙ୍କୀ ଥାନା , ତାଳବସ୍ତ ଓ କଇଁମୁଣ୍ତି ଫାଣ୍ତି ଅଧିକାରୀ ପ୍ରତ୍ୟକ୍ଷ ଭାବେ ସବୁ ବୁଥକୁ ଯାଇ ସୁରକ୍ଷା ଖବର ବୁଝୁଥିଲେ ।ଦୁଲଣାପୁର ଗ୍ରା.ପ.ର ୧୭ଟି ବୁଥରେ ୩୦୫୭ ଜଣ ଭୋଟରରୁ ୨୪୭୦ ଜଣ ନିଜର ମତଦାନ ସାବସ୍ତ୍ୟ କରିଥିଲେ । ଅଧିକାଂଶ ପଞ୍ଚାୟତରେ ଭୋଟ ପରର ଆକାଳନ ପରେ ଜଣାପଡୁଛି ଯେ , ଶାସକ ଦଳର ସମର୍ଥିତ ପ୍ରାର୍ଥୀ // ପ୍ରାର୍ଥୀନୀ ମାନେ ଆଗରେ ରହିଛନ୍ତି । ଦୁଲଣାପୁର ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ଜିତିବାରେ ଅରପୁର ଗ୍ରାମ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ଦଳଗତ ନିର୍ବିଶେଷରେ ଗାଁର ବହୁବିଧି ଉନ୍ନତି ପାଇଁ ବରିଷ୍ଠ ନାଗରିକ ଜୟାନନ୍ଦ ବିଶ୍ୱାଳ ଙ୍କ ନେତୃତ୍ୱରେ ବାଙ୍କୀ ବିଧାୟକଙ୍କୁ ସମର୍ଥନ କରି ପ୍ରାୟତଃ ଭୋଟ ଶାସକ ଦଳର ପ୍ରାର୍ଥୀଙ୍କୁ ଲୋକେ ଦେଇଥିବାର ସୂଚନା ମିଳିଛି । ଆଗାମୀ ଦିନରେ ଦୁଲଣାପୁର ପଞ୍ଚାୟତରେ ଯଦି ସମିତି ସଭ୍ୟ ପ୍ରାର୍ଥୀ ପ୍ରଣବ କିଶୋର ପଟେଲ ଜିତାପଟ କରନ୍ତି, ତେବେ ସେ ବ୍କକ ଅଧ୍ୟକ୍ଷ ପଦଟା ନିଶ୍ଚିନ୍ତ ହାତେଇବେ ଯାହା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଆଗରୁ ସିଗ୍ନାଲ୍ ଦେଇ ସାରିଛନ୍ତି । କିନ୍ତୁ ରାଜନୈତିକ ବିଶ୍ଳେଷଣ କହୁଛି ପ୍ରଣବଙ୍କ ବାଟ ଓଗାଳିବେ ରଗଡି ର ପୂର୍ବତନ ସରପଞ୍ଚ ତଥା ଏବେର ସମିତି ସଭ୍ୟ ପ୍ରାର୍ଥୀ ଭାଗିରଥି ପାଣି । ଦୁଲଣାପୁର ପଞ୍ଚାୟତ ନିର୍ବାଚନରେ ବିରୋଧି ବିଜେପି ଏବଂ ପୂର୍ବତନ ସରପଞ୍ଚଙ୍କ ସମର୍ଥିତ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କର ବାହୁବଳ ଟଙ୍କା ବଳର ଗୋଟି ଚାଳନା ଭୁଲ୍ ହୋଇଯିବାର ସଂଭାବନା ରହିଛି ଯାହା ଗ୍ରାଉଣ୍ତ ଜିରୋର ସର୍ଭେ ରିପୋର୍ଟ କହୁଛି ।

ସେହିପରି ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶେଷ ପର୍ଯ୍ୟାୟ ମତଦାନ ପାଇଁ ପଶ୍ଚିମ ବାଙ୍କୀ ରେ ପ୍ରଚାର ଅଭିଯାନ ଶେଷ ହୋଇଛି . ବାଙ୍କୀ ର ତିନି ପ୍ରମୂଖ ରାଜନୈତିକ ଦଳ ପକ୍ଷରୁ ୩୪ ଏବଂ ୩୫ ନମ୍ବର ଜୋନ ରେ ଜୋରଦାର ପ୍ରଚାର କରାଯାଇଥିଲା . ବିଜେଡି ପ୍ରାର୍ଥୀ ମାନଙ୍କ ପାଇଁ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ , ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ପ୍ରଚାରକୁ ଓହ୍ଲାଇଥିବା ସମୟରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ପ୍ରଚାର କରିଥିଲେ . ତେବେ ବିଜେପି ର କିଛି ତୃଣମୂଳ ସ୍ତର ର କାର୍ଯ୍ୟକର୍ତ୍ତା ପଶ୍ଚିମ ବାଙ୍କୀ ରେ ସରପଞ୍ଚ ଏବଂ ସମିତି ସଭ୍ୟ ପାଇଁ ନାମାଙ୍କନ କରିଥିବା ବେଳେ ସେମାନଙ୍କ ପାଇଁ ପ୍ରଚାର କୁ ଯାଇଥିଲେ ବିଜେପି ନେତା ଅଜୟ ସ୍ୱାଇଁ . ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମଙ୍ଗୁଆଳ ସାଜିଥିଲେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ . ତେବେ ଭୋଟ ବାକ୍ସରେ କାହା ସପକ୍ଷରେ ମତ ପଡିବ , ତାହା ଜନତାଙ୍କ ମୁଡ଼ ଉପରେ ନିର୍ଭର .

Leave a Reply

Your email address will not be published. Required fields are marked *