କଳାପଥର ରେ ନିର୍ବାଚନୀ ହିଂସା : ୬ ଆହତ , ଦୁଇ ଗୁରୁତର !!!

Spread the love

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ଶେଷ ପର୍ଯ୍ୟାୟ ନିର୍ବାଚନରେ ବାଙ୍କୀ ବ୍ଲକ କଳାପଥର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘଟିଛି ରାଜନୈତିକ ହିଂସା । ତିନି ପୃଥକ୍ ଘଟଣାରେ ଶାସକ ଦଳ ସମର୍ଥକଙ୍କ ଆକ୍ରମଣରେ ୮ ଜଣ ଆହତ ହୋଇଥିବା ସମୟରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସୂଚନା ଅନୁଯାୟୀ ଭୋଟ ଦାନ ପ୍ରକ୍ରିୟା ସମାପ୍ତ ହେବା ପରେ କଳାପଥର ଗ୍ରାମର ଶିବ ସୁନ୍ଦର ସାହୁ ଏବଂ ଜ୍ଞାନ ରଞ୍ଜନ ମହାରଣାଙ୍କୁ ଶାସକ ଦଳର କିଛି କର୍ମୀ ବିଭିନ୍ନ ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ . ସେମାନଙ୍କ ମୁଣ୍ଡରେ ଆଘାତ ଲାଗିବା କାରଣରୁ ପ୍ରଥମେ କଳାପଥର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସେହିପରି ପଞ୍ଚାୟତ ଅନ୍ତର୍ଗତ ଲେମ୍ବେଇ ଗ୍ରାମରେ ରାଜନୈତିକ ହିଂସାକାଣ୍ଡ ଘଟି ଚାରି ଜଣ ଆହତ ହେବା ସହ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ପୋଲିସ ମୁତୟନ . ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପଞ୍ଚମ ପର୍ଯ୍ୟାୟ ରେ ପ୍ରଥମ ଥର ପାଇଁ କଳାପଥର ପଞ୍ଚାୟତରେ ଦେଖା ଦେଇଛି ଏପରି ଆକ୍ରମଣ ଏବଂ ହିଂସା . ବାଙ୍କୀ କଳାପଥର ଓ ଲେମ୍ବେରି ଅଞ୍ଚଳରେ ରାଜନୈତିକ ହିଂସାକାଣ୍ଡ କାରଣରୁ ଏବେ ଶାସକ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ . ଆଉ ଏକ ଘଟଣା କ୍ରମରେ କଦମପାଟଣା ଗ୍ରାମରେ ସଂଘର୍ଷ ଘଟି ପୂର୍ବତନ ୱାର୍ଡ ସଭ୍ୟଙ୍କ ସ୍ତ୍ରୀ ଏବଂ ଝିଅ ଆହତ ହୋଇଥିବାର ଜଣାଯାଇଛି . ସମସ୍ତ ଆହତ ଚିକିତ୍ସା ପାଇଁ କଳାପଥର ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି . ଯେଉଁ ମାନଙ୍କର ଅବସ୍ଥା ସଙ୍କଟାପନ୍ନ ଥିଲା ସେମାନଙ୍କୁ ବାହାରକୁ ସ୍ଥାନାନ୍ତର କରାଯାଇଛି . କଳାପଥର ଗ୍ରାମର ଶାସକ ଦଳର କିଛି ସମର୍ଥକ ଟାଙ୍ଗିଆ ଆଉ ବିଭିନ୍ନ ଧାରୁଆ ଅସ୍ତ୍ର ଦ୍ୱାରା ଶିବ ସୁନ୍ଦର ସାହୁ ଏବଂ ଜ୍ଞାନ ରଞ୍ଜନ ମହାରଣାଙ୍କ ଆକ୍ରମଣ କରିବା ଘଟଣାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଛି . ପୁଲିସ ନିୟନ୍ତ୍ରଣରେ ଅଞ୍ଚଳ ଥିଲେ ସୁଦ୍ଧା ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ପାଲଟିଛି ଜନ ଅସନ୍ତୋଷର କାରଣ . 

Leave a Reply

Your email address will not be published. Required fields are marked *