ଚିଲିକାକୂଳ ମାଛ ମାର୍କେଟ୍ ରେ ନୂତନ ଏଟିଏମ୍ ର ଶୁଭାରମ୍ଭ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଚିଲିକାକୂଳ ମାଛ ମାର୍କେଟ୍ ରେ ଟାଟା ପ୍ରଡକ୍ଟ ତରଫରୁ ଏକ ଇଣ୍ଡିକ୍ୟାଶ୍ ଏଟିଏମ୍ ର ଶୁଭାରମ୍ଭ କରିଛନ୍ତି ୟୁନିୟନ ବ୍ୟାଙ୍କ ବାଲୁଗାଁ ଶାଖାର ମ୍ୟାନେଜର ଭୀସ୍ମଦେବ ମହାପାତ୍ର । ଚିଲିକାକୂଳ ନିକଟରେ କୌଣସି ବ୍ୟାଙ୍କର ଏଟିଏମ୍ ନଥିବା ବେଳେ ରାଜ୍ୟ ବାହାରୁ ଏବଂ ଜିଲ୍ଲା ବାହାରୁ ଆସୁଥିବା ବ୍ୟବସାୟୀ ମାନେ ଅନେକ ସମୟରେ ଟଙ୍କା ଉଠାଣ ଲାଗି ବହୁ ସମସ୍ୟାରେ ପଡିଥାଆନ୍ତି ଏବଂ ୨କିମି ଦୂରକୁ ଯାଆନ୍ତି ଟଙ୍କା ଉଠାଇବା ପାଇଁ । ଏହି ଏଟିଏମ ରୁ ଯେ କୌଣସି ବ୍ୟାଙ୍କର ଏଟିଏମ୍ କାର୍ଡଧାରୀ ଯେ କୌଣସି ସମୟରେ ବିନା ମୂଲ୍ୟରେ ଟଙ୍କା ଉଠାଣ କରିପାରିବେ ବୋଲି କହିଛନ୍ତି ମ୍ୟାନେଜର ଶ୍ରୀ ମହାପାତ୍ର । ଏହି ପରିପ୍ରେକ୍ଷୀରେ ମା କାଳିଜାଇ ମତ୍ସ୍ୟ ବ୍ୟବସାୟୀ ସଂଘର ସଭାପତି ଜୟନ୍ତ କୁମାର ସ୍ଵାଇଁ ଏବଂ ସମାଜସେବୀ ତଥା ପ୍ରଫେସର୍ କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇ ରିବନ୍ କାଟିବା ସହ ଏଟିଏମ୍ ଅପରେଟ୍ କରିଥିଲେ ।

Leave a Reply

Your email address will not be published. Required fields are marked *