ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର : ହସ୍ପିଟାଲରେ ଭର୍ତ୍ତି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର , ହସ୍ପିଟାଲରେ ଭର୍ତ୍ତି . ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ହୋଇ ପଡିଛନ୍ତି । ବର୍ତ୍ତମାନ ଚିଲିକା ବିଧାୟକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି । ସୂଚନା ଅନୁଯାୟୀ, ଆଜି ବାଣପୁରରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଥିବାରୁ ବିଜେପିର କର୍ମୀମାନେ ଏକ ବଡ ଶୋଭାଯାତ୍ରା କରୁଥିଲେ । ବିଜେପିର ହଜାର ହଜାର କର୍ମୀ ବ୍ଲକ ସମ୍ମୁଖରେ ପହଞ୍ଚିଥିବା ବେଳେ ଅନୁରୂପ ଭାବେ ଚିଲିକା ବିଧାୟକ ସେହି ଶୋଭାଯାତ୍ରା ମଧ୍ୟରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲେ । ଏପରିକି କର୍ମୀ ରାସ୍ତା ନ ଛାଡିବାରୁ ବିଧାୟକଙ୍କ ନିଜ ଗାଡିକୁ ଜୋରରେ ଗଡେଇ ଦେଇଥିଲେ । ଫଳରେ ବାଣପୁର ଆଇଆଇସିଙ୍କ ସମେତ ବହୁ ବିଜେପି ମହିଳା କର୍ମୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ସହ ଧକ୍କା ହେବା ପରେ ୪ ରୁ ୫ ଜଣ ମହିଳା ଆହତ ହୋଇଥିଲେ । ଏଥିରେ କିଛି ପୋଲିସ କର୍ମୀ ମଧ୍ୟ ଆହାତ ହୋଇଥିବା ସୂଚନା ରହିଛି । ଏହା ପରେ ଶୋଭାଯାତ୍ରାରେ ସାମିଲ ଥିବା ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କ ଉପରକୁ ମରାଣନ୍ତକ ଆକ୍ରମଣ କରିଥିଲେ । ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ କଦର୍ଯ୍ୟ ଭାବରେ ଆକ୍ରମଣ କରିଥିଲେ । ଯାହାଦ୍ୱାରା ବିଧୟାକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ହୋଇଥିବା ଜଣାପଡିଛି । ବର୍ତ୍ତମାନ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଏଭଳି ଘଟଣା କାହିଁକି ଘଟିଲା, ତାହା ତଦନ୍ତ ପରେ ଜଣାପଡିବ । ଏପର୍ଯ୍ୟନ୍ତ କୌଣସି ପକ୍ଷରୁ ଥାନାରେ ଏତଲା ହୋଇନଥିବା ବେଳେ ଏହାର କାରଣ କିଛି ସ୍ପଷ୍ଟ ହୋଇନି । ଅପରପକ୍ଷେ ବାଣପୁର ଆଇଆଇସିଙ୍କ ସମେତ ବହୁ ବିଜେପି କର୍ମୀମାନେ ବାଣପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *