ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଓଡ଼ଗାଁ ବାନାଞ୍ଚଳ ଅଧିନସ୍ଥ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ ଙ୍କ ଯୋଗଦାନ ପରେ ଜଙ୍ଗଲ ଲୁଟେରା, ଚୋରା କାଠ ବେପାରୀ , ବନ୍ୟ ଜନ୍ତୁ ଶିକାରୀ ଓ ଜଙ୍ଗଲ ଜମି ଦଖଲକାରି ଙ୍କ ନିଦ ହଜି ଯାଇଥିବା ଆଲୋଚନା ହେଉଛି । ତେବେ ଏ ମଧ୍ୟରେ ବାହାଡାଝୋଲା ଫରେଷ୍ଟର ଙ୍କୁ ମିଳିଛି ବଡ଼ ସଫଳତା | ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ ସଦଳ ବଳେ ଚଢ଼ାଉ କରି ସିଙ୍ଗାରପଲ୍ଲି ପଞ୍ଚାୟତର ସିଙ୍ଗାରପଲ୍ଲୀ ଗ୍ରାମ ପଛପାଖ ବୁଦୁବୁଦିଆ ଜଙ୍ଗଲରୁ ଚୋରା କାଠ ବ୍ୟବସାୟୀ ଚୋରି କରି ଆଣି ଲୁଚାଇ ରଖିଥିବା ୬୦ ଖଣ୍ଡ ମୂଲ୍ୟବାନ ଶାଗୁଆନ ଲଗ , ବଲହା ଓ ୬ଖଣ୍ଡ ଆକାସିଆ କାଠ ଲଗ୍ ଜବତ କରିବା ସହିତ ଘଟଣାସ୍ଥଳ ରୁ କାଠ କାଟିବା ପାଇଁ ବ୍ୟବହୃତ ୩ ସେଟ୍ ବାହି କରତ ଜବତ କରିଛନ୍ତି । ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ବନବିଭାଗ ତରଫରୁ ଏହି ଚଢାଉ ରେ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ , ବନରକ୍ଷୀ ଧରଣୀଧର ନାୟକ, ଆମ୍ବପଡ଼ା ବନରକ୍ଷୀ ସୁନୀଲ କୁମାର ନାୟକ, ଢୋଲମସ୍କା ବନରକ୍ଷୀ କବିର ସାହୁ ଙ୍କ ସମେତ ସମସ୍ତ ଫରେଷ୍ଟ ପ୍ରୋଟେକ୍ଟନ ସ୍କୁଆର୍ଡ଼ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏଥିନେଇ ବିଭାଗ ତରଫରୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । ଫରେଷ୍ଟର ଶ୍ରୀ ସ୍ୱାଇଁ ଙ୍କ କାର୍ଯ୍ୟକୁ ଅଞ୍ଚଳ ବାସୀ ସ୍ଵାଗତ କରିଥିବା ବେଳେ ଜଙ୍ଗଲ ଲୁଟେରା , କାଠ ମାଫିଆ, ବନ୍ୟ ଜନ୍ତୁ ଶିକାରୀ ଏବଂ ଜଙ୍ଗଲ ଜମି ଦଖଲକାରି ଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି ।

