ଧର୍ମପ୍ରାଣା ମହିଳାଙ୍କ ପରଲୋକ !!

0
271

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ଜଣେ ଧର୍ମ ପରାୟଣ ମହିଳାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀମତୀ ଆହ୍ଲାଦିନି ପାଢୀଙ୍କ ଗତ 13 ତାରିଖ ମଙ୍ଗଳବାର ପୁରୁଷୋତ୍ତମ ଏକାଦଶୀ ତିଥି ସକାଳ 7.30 ମିନିଟରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ସତୁରି ବର୍ଷ ବୟସ ହୋଇଥିଲା ।ଶ୍ରୀମତୀ ପାଢୀ ଅଞ୍ଚଳର ପ୍ରଥମ ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ସୀମାଞ୍ଚଳ ପାଢୀଙ୍କ ଧର୍ମପତ୍ନୀ ଥିଲେ । ସ୍ୱାମୀଙ୍କ ଭଳି ସେ ମଧ୍ୟ ମେଳାପୀ ଓ ଆଦର୍ଶବାଦୀ ଥିଲେ । ଏତାଦୃଶ ବ୍ୟବହାର ସାଙ୍ଗକୁ ଆଧ୍ୟାତ୍ମିକ ଚେତନା ଆଧ୍ୟାତ୍ମିକ ବାଦିତାକୁ ନେଇ ସେ ଅଞ୍ଚଳରେ ଜନ ମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଲାଭ କରିପାରି ଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର 5 ପୁଅ 4 ବୋହୂ ନାତି ନାତୁଣୀ ଓ ଝିଅ ଜ୍ବାଇଁ ବନ୍ଧୁପରିବାର ସ୍ୱଜନ ବୃନ୍ଦ ସମସ୍ତେ ଉପସ୍ଥିତ ଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଅଞ୍ଚଳବାସୀ ।

LEAVE A REPLY

Please enter your comment!
Please enter your name here