ମାତୃକୃପା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ !!!

0
205

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କୃଷ୍ଣଦାଶପୁର ପଞ୍ଚାୟତର ସୁଧାଗଡ ଠାରେ ମାତୃକୃପା ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକୋତ୍ସବ, ରାଜ୍ୟ ସ୍ତରୀୟ କବି ସମ୍ମିଳନୀ, ସମ୍ବର୍ଦ୍ଧନା, ଆଲୋଚନା ଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାସ୍ୟ କୁମୁଦ‌ ସମ୍ପଦ ରଥଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି କୁମାର କବି ପ୍ରଶାନ୍ତ ଵାହିନୀପତି, ମୁଖ୍ୟ ବକ୍ତା ସଂଗ୍ରାମରେ ଶ୍ରୀକାନ୍ତ ରାୟ, ବରେଣ୍ୟ ଅତିଥି ନବ କାକଳିର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ଝାଡଖଣ୍ଡର ବିଶିଷ୍ଟ କବି ଓଡ଼ିଆ ଭାଷାର ପୁଜାରୀ କବି ସତ୍ୟପ୍ରକାଶ କର, ଡଃ.ନୃସିଂହାନନ୍ଦ ମହାପାତ୍ର, ପଣ୍ଡିତ ଧର୍ମାନନ୍ଦ ପତି, କୃଷ୍ଣଚନ୍ଦ୍ର ନନ୍ଦ, ବରଗଡର କଂସ ମହାରାଜ ଦେବରାଜ ଛତ୍ରିଆ, ନିଳୀମା କଣ୍ଟା ମଞ୍ଚାସୀନ ରହି ସାରସ୍ବତ ସାଧକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଓଡ଼ିଆ ସାହିତ୍ୟର ଉଚ୍ଚାଙ୍ଗ କୃତି ଆମର ଅସ୍ମିତା ବୋଲି ମତବ୍ୟକ୍ତ କରିଥିଲେ । ଵେଦପାଠ ପଣ୍ଡିତ ଅଜୟ କୁମାର ଶତପଥୀ, ମଞ୍ଚ ଆବାହନ କବି ଅଭିନେତା ପ୍ରବୀଣ କୁମାର ସୁବୁଦ୍ଧି ଓ ସ୍ବାଗତ ଭାଷଣ ସହ ସଂପାଦକ ପ୍ରତାପ ରଶ୍ମି ନାୟକ ସମ୍ପାଦକୀୟ ପାଠ କରିଥିଲେ ସମ୍ପାଦିକା କବିପଦ୍ମା କଳ୍ପନା ବିଶ୍ଵାଳ । ଅତିଥି ମାନଙ୍କ କର କମଳରେ କଳ୍ପନା ବିଶ୍ଵାଳଙ୍କ “କଳ୍ପନାର କଳ୍ପନା’ କଵିତା ଗ୍ରନ୍ଥ, ସୁବାସଚନ୍ଦ୍ର ପ୍ରଧାନଙ୍କ ଉପନ୍ୟାସ “ଅଦୃଶ୍ୟ ଭଉଁରୀ” ଏବଂ ମାତୃକୃପା ସାହିତ୍ୟ ସଂସଦର ମୁଖପତ୍ର”ସାହିତ୍ୟ ସମ୍ପଦ” ଲୋକାର୍ପିତ ହୋଇଥିଲା । ୭୫ଜଣ କଵିଙ୍କ ସ୍ବରଚିତ କବିତାକୁ ସୁସଂଯୋଜିତ କରିଥିଲେ ଵ୍ୟଙ୍ଗ କବି ରଶ୍ମିପ୍ରତାପ ନାୟକ, ପ୍ରବୀଣ ସୁବୁଦ୍ଧି ଏବଂ କଳ୍ପନା ବିଶ୍ଵାଳ । କବିତା ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ ଜ୍ୟୋତ୍ସ୍ନାମୟୀ ବିଶ୍ବାଳ । ପଠିତ କବିତା ମଧ୍ୟରୁ ପ୍ରଥମ ମାନସୀ ବେଉରା ଓ ସୁବାସ ପ୍ରଧାନ,ଦ୍ଵିତୀୟ ଗଙ୍ଗାଧର ଓଝା, ତୃତୀୟ ସୂର୍ଯ୍ୟକାନ୍ତି ବାରିକ, ଚତୁର୍ଥ ସ୍ଥାନରେ ମନୋରମା ଦାଶ ଥିଲେ । ସମସ୍ତଙ୍କୁ ଅତିଥି ମାନେ ଅଙ୍ଗବସ୍ତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିନା କାର୍ଯ୍ୟ ଶେଷରେ କ୍ରିଷ୍ଣା କଲ୍ଚରାଲ ଗୃପ୍ ଆର୍ ଆର୍ ମ୍ୟୁଜିକ୍ର କଳାକାର ମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ସଞ୍ଜୁଲତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here