ନିମ୍ନମାନର ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କାର୍ଯ୍ୟ କୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବିନା ଫଳକ ରେ ଚାଲିଛି ଗ୍ରାମ୍ୟ ଉନ୍ନନୟ ବିଭାଗ ଦ୍ୱାରା ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କାର୍ଯ୍ୟ l ନିମ୍ନ ମାନର କାର୍ଯ୍ୟ କରି ଲୁଟି ନେଉଛି ଠିକାଦାର l ଠିକାଦାର ଓ ଯନ୍ତ୍ରୀ ମଧୁଚନ୍ଦ୍ରିକା ରେ ବଳି ପଡୁଛନ୍ତି ସାଧାରଣ ଜନତା l ଗ୍ରାମବାସୀ ବିରୋଧ କଲେ ମିଳୁଛି ଧମକ l ମାଟି ମିଶା ବାଲି ଭାଗ ମାପକୁ ବାଦ ଦେଇ ନିର୍ମାଣ ଚାଲିଛି ବାତ୍ୟା ଆଶ୍ରୟସ୍ଥଳୀ l ମନଇଚ୍ଛା ସିମେଣ୍ଟ ବାଲି ମିଶାଇ ଚାଲିଛି କଂକ୍ରିଟ ଗୋଳା ଫିଲିଙ୍ଗ ର ଗଭୀରତା କୁ ନେଇ ମଧ୍ୟ୍ୟ ପ୍ରଶ୍ନ ଉଠିଛି l କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଇନ୍ଦୋଳ ପଂଚାୟତ ଛକନା ଗାଁ ରେ ଚାଲିଛି ବାତ୍ୟା ଆଶ୍ରୟସ୍ଥଳୀ l ଏଥିପାଇଁ ଖର୍ଚ୍ଚ ହେଉଛି ପାଖା ପାଖି 1କୋଟି 80 ଲକ୍ଷ ଟଙ୍କା l ତେବେ କାର୍ଯ୍ୟ ଏତେ ନିମ୍ନ ମାନର ହଉଛି ଯେ କେତେବେଳେ ତାହା ଭୁଶୁଡି ପଡିବ ତାକୁ ନେଇ ଆଶଙ୍କା ସୁଷ୍ଟି ହୋଇଛି l ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅନୁପସ୍ଥିତ ରେ କାମ ହେଉଥିବାରୁ ନିର୍ମାଣ ରେ ଦୁର୍ନୀତି ଚାଲିଛି l ଏବଂ ନିମ୍ନ ମାନର କାର୍ଯ୍ୟ କୁ ଗ୍ରାମବାସୀ ବିରୋଧ କଲେ ଠିକାଦାର ପକ୍ଷରୁ ଧମକ ମିଳୁଥିବା ଅଭିଯୋଗ ମଧ୍ୟ ହେଉଛି l ତେବେ ଏ ସମ୍ପର୍କରେ ଭିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି ହେଲେ ବିଭାଗୀୟ ଅଧିକାରୀ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ ବାଟମରଣା ନା ଲୁଟ ହେଉଛି ବାତ୍ୟା ଆଶ୍ରୟସ୍ଥଳୀ ଅର୍ଥ ? ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ ହେଉଥିବା କୋଠା କାମ ନିମ୍ନମାନର ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ନଜର ଦେଉନାହାନ୍ତି କାହିଁକି? l ନାଁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ସଲାସୁତୁରାରେ ଚାଲିଛି ଏଭଳି ନିର୍ମାଣ କାର୍ଯ୍ୟ ? ସ୍ଥାନୀୟ ଲୋକଙ୍କ ମନରେ ଏବେ ଏଭଳି ଅନେକ ପ୍ରଶ୍ନ ଉଠିଛି l

Leave a Reply

Your email address will not be published. Required fields are marked *