ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିଲେ ଉତ୍କଳ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ଆଜୀବନ ସଦସ୍ୟ ତଥା କଟକ ସଦର ବ୍ଲକ ଖଣ୍ଡାଏତା ଗ୍ରାମର ସମାଜସେବୀ ଅଶୋକ କୁମାର ସାହୁଙ୍କ କନିଷ୍ଠ ଭ୍ରାତାଙ୍କ ଧର୍ମପତ୍ନୀ ବିଶ୍ଵଜିତା ସାହୁ(୩୬)ଙ୍କର ଅକାଳ ବିୟୋଗ ଘଟିଛି ! ସୂଚନାଯୋଗ୍ୟ କିଛି ଦିନ ତଳେ ଅଶୋକଙ୍କ ପିତା ତଥା ପୂର୍ବତନ ଖବରକାଗଜ ବିତରକ, ସମାଜସେବୀ ଅରକ୍ଷିତ ସାହୁଙ୍କର ପରଲୋକ ଘଟିଥିଲା . ତାଙ୍କ ମୃତ୍ୟୁର କିଛିଦିନ ଅନ୍ତରରେ ତାଙ୍କ ଭାତୃବଧୂଙ୍କ ବିୟୋଗର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ସ୍ୱର୍ଗତା ବିଶ୍ଵଜିତାଙ୍କ ଏକାଦଶାହ ତିଥିରେ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କ୍ଷୀରୋଦ ଦଳାଇ, ପ୍ରଦୀପ୍ତ ବେହେରା, ଦେବୀ ପ୍ରସାଦ ପତି, ଵିଜୟ ନାୟକ, ସ୍ମୃତିରଞ୍ଜନ ଦାସ, ଦେବାଶିଷ ପରିଡା, ବାବୁନା ଦାସ, ଗଜେନ୍ଦ୍ର ବେହେରା, ରଶାନନ୍ଦ ବେହେରା, ମଙ୍ଗରାଜ ସେଠୀ, ଶରତ ରାଉଳ, ବିଶ୍ୱରଂଜନ ସେଠୀ, ଅଭିରାମ ଦଳାଇ, ନିରଂଜନ ରାଉଳ,ଦିଲ୍ଲୀପ ସାହୁ, ପିଉଷ ରଂଜନ ପରିଡା, ଆନା ମହାନ୍ତି , ଗଜେନ୍ଦ୍ର ରାଉଳ, ସୁଦର୍ଶନ ଜେନା, ଅଶୋକ ସାମଲ, ଦିଲ୍ଲିପ ଜେନା, ବସନ୍ତ ପଣ୍ଡା, ଦୁର୍ଗା ପ୍ରସାଦ ମିଶ୍ର, ପ୍ରମୋଦ କୁମାର ସେଠୀ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶୋକସଭାରେ ଯୋଗଦେବା ସହିତ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି ! ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକ ପ୍ରକାଶ କରିବାସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଛନ୍ତି !

Leave a Reply

Your email address will not be published. Required fields are marked *