ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା ବୁଷ୍ଟର ଟୀକା ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ନିକଟରେ ଥିବା ରୋଟାରୀ କ୍ଳବ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା ବୁଷ୍ଟର ଟୀକା ପ୍ରଦାନ କରାଯାଇଛି । ଏହି ଟୀକା 16 ଜଣ ଗଣମାଧ୍ୟମ ପ୍ରତିନିଧି ନେଇଥିବାର ଜଣା ପଡିଛି । ଜିଲ୍ଲା ପ୍ରଶାସନର ଏହିଭଳି କାର୍ଯ୍ୟ କୁ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି । ଯେଉଁ ଗଣମାଧ୍ୟମ ପ୍ରତିନିଧି ମାନେ ଟୀକା ନେଇ ନାହାଁନ୍ତି , ତୁରନ୍ତ ଟୀକା ନେବାପାଇଁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହିଭଳି ମାଗଣା ଟୀକା ପ୍ରଦାନ କରିଥିବାରୁ ଗଣମାଧ୍ୟମ ପ୍ରତିନିଧି ମାନେ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *