ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ସାହିତ୍ୟ ସମାଜର ସାମ୍ବତ୍ସରିକ ସାରସ୍ୱତ ମହୋତ୍ସବ ଓ ଆଲୋଚନା ଚକ୍ର ବାଣପୁର କନକ ଭବନ ନେହେରୁ ସେବାସଙ୍ଘ ପରିସରରେ ଆୟୋଜନ କରାଯାଇଥିଲା l ଚିଲିକା ସାହିତ୍ୟ ସମାଜର ବାଣପୁର ଓ ବାଲୁଗାଁ ଅଞ୍ଚଳର ଏହି ସାରସ୍ୱତ ଉତ୍ସବରେ ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବାଳମୁକୁନ୍ଦ ଦାଶ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, ଅବସରପ୍ରାପ୍ତ ଅଧ୍ୟାପକ ମୁଖ୍ୟ ବକ୍ତା ଡାକ୍ତର ସତ୍ୟ ଷଡଙ୍ଗୀ , ସମ୍ପାଦିକା ନେହେରୁ ସେବାସଙ୍ଘ ର ସୁଶ୍ରୀ ସରୋଜିନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l
ଚିଲିକା ସାହିତ୍ୟ ସମାଜର ସାମ୍ବତ୍ସରିକ ସାରସ୍ୱତ ମହୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ !!!

