ରାଜନୀତି ବିଜ୍ଞାନ ବିଭାଗ ର ପାଠଚକ୍ର ଅନୁଷ୍ଠିତ !!!

0
341

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଡ଼ ବୈଦନାଥ ଦାସ ଙ୍କ ନିର୍ଦ୍ଦେଶନାରେ ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି . ଏହି ପାଠଚକ୍ର ର ବିଷୟ ବିଦାରକ ରହିଛି ଆମ୍ବେଦକର ଏବଂ ଗାନ୍ଧୀଜୀ । ଏହି ପାଠଚକ୍ର ରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୈଧିରୀ ଯୋଗ ଦେଇଥିଲେ । ପାଠଚକ୍ର କୁ ଆଗେଇ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ଅତି ସୁନ୍ଦର ଭାବରେ ଆମ୍ବେଦକର ଓ ଗାନ୍ଧୀ ଙ୍କ ଭାବନା ମଧ୍ୟରେ ଥିବା ପାର୍ଥକ୍ୟ ସହ ଦୁଇ ମହାପୁରୁଷ ଙ୍କ ଚିନ୍ତାଧାରା ବିଷୟରେ ପିଲାଙ୍କୁ ବୁଝାଇଲେ । ଏହି ପାଠଚକ୍ର ରେ ବିଷୟ ବସ୍ତୁ ପିଲାଙ୍କ ପାଠ ଖସଡ଼ା ରେ ରହିଥିବା ହେତୁ ପିଲାଙ୍କ ସହାୟକ ହେବ ତେଣୁ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ , ପାଠଚକ୍ର ରେ ବିଭିନ୍ନ ପ୍ରଶ୍ନ ର ଉତ୍ତର କରି ଆଲୋଚନା କରିଥିଲେ । ଏହି ପାଠଚକ୍ର ରେ ବିଭାଗର ମୁଖ୍ୟ ଯୋଗ ଦେବା ସହ ରାଜନୀତି ବିଜ୍ଞାନ ଅତିଥି ଅଧ୍ୟାପିକା (ମମତା ବାରିକ) ଓ ର ରାଜନୀତି ବିଜ୍ଞାନ ର ଅଧ୍ୟାପକ ତ୍ରୀପତି ମୁର୍ମୁ ଯୋଗ ଦେଇଥିଲେ . ପିଲାଙ୍କୁ ପାଠଚକ୍ର ରେ ବୁଝାଇଥିବା ବେଳେ + 3 ତୃତୀୟ ବର୍ଷ ର ଛାତ୍ର ଧିରୋଜ୍ ପାଇକ ପେପର ପ୍ରେଜେନଟେସନ୍ କରିଥିଲେ ।

 

LEAVE A REPLY

Please enter your comment!
Please enter your name here