ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ତହସିଲ ଅଞ୍ଚଳରେ ମାତିଛନ୍ତି ମାଟି ମାଫିଆ । ସେହି ମାଟି ମାଫିଆ କୁ ଅନୈତିକ ସହଯୋଗର ହାତ ବଢ଼ାଇଛି ଖୋଦ୍ ଚତୁର୍ଥ ସ୍ତମ୍ବ ବୋଲାଉଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି । ଏଭଳି ଲଜ୍ୟା ଜନକ ଘଟଣା ଦେଖିବା ପାଇଁ ମିଳିଛି କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ତହସିଲ ଅନ୍ତର୍ଗତ ବାଲିଆପଦା ଗ୍ରାମ ପଞ୍ଚାୟତରେ . ଗୋପପୁର, ପଞ୍ଚସରଙ୍ଗ, ସରପଡ଼ା ତିନିଗୋଟି ମୌଜାର ଲୋକେ ନିର୍ଭର କରୁଥିବା ଶ୍ମଶାନ ଜମିରୁ ମାଟି ମାଫିଆ ତାଡି ନେଇଛନ୍ତି ଶହ ଶହ ଟ୍ରିପ ମାଟି . ଯେଉଁ ଶ୍ମଶାନ ଉପରେ ନିର୍ଭର କରନ୍ତି ସ୍ଥାନୀୟ ଗ୍ରାମ ମାନଙ୍କର ହଜାର ହଜାର ଲୋକେ । ମଣିଷ ଠାରୁ ଆରମ୍ଭ କରି ଗୋରୁ ଗାଈ ପଶୁ ମୃତ୍ୟୁ ବରଣ କଲେ ଅନ୍ତିମ ସଂସ୍କାର ପାଇଁ ଲୋକେ ନିର୍ଭର କରନ୍ତି ଏହି ଗ୍ରାମ୍ୟ ଶ୍ମଶାନ ଉପରେ । କିନ୍ତୁ ଦୁଃଖର ବିଷୟ ହେଉଛି ଶେଷରେ ସ୍ଥାନୀୟ ମାଟି ମାଫିଆ ହୃଷୀକେଶ ସେନାପତି ଓ ଗଣମାଧ୍ୟମ ପ୍ରତିନିଧି ଶିବାସିଶ ବସନ୍ତରାୟଙ୍କ କବଜାରେ ରହିଛି ଗ୍ରାମ୍ୟ ଶ୍ମଶାନର ଜମି । ଶ୍ମଶାନରେ ୩୦ ଫୁଟ୍ ରୁ ଅଧିକ ଗଭୀର ଗର୍ତ୍ତ କରି ୫୦୦ ଟ୍ରିପରୁ ଉର୍ଦ୍ଧ ମାଟି ଲୁଟି ନିଆଁ ଯାଇଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ସବୁଠାରେ ବଡ କଥା ହେଲା ବିଗତ ଦିନ ମାନଙ୍କରେ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ସ୍ଥାନୀୟ ତହସିଲ ପ୍ରଶାସନ ପାଲଟିଛି ନୀରବ ଦ୍ରଷ୍ଟା । ୟେ ସବୁ ବିଷୟରେ ଆମ ପ୍ରତିନିଧି ଶ୍ମଶାନ ସ୍ଥାନ ଅନ୍ତର୍ଭୁକ୍ତ ସୁକରପଡ଼ା ରାଜସ୍ବ ନୀରିକ୍ଷକଙ୍କ ପ୍ରତିକ୍ରିୟା ନିମନ୍ତେ ଯାଇଥିବା ବେଳେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ ରାଜସ୍ୱ ନିରୀକ୍ଷକ । ତେବେ ପରେ ପରେ ସ୍ଥାନୀୟ ତହସିଲ ପ୍ରଶାସନଙ୍କ ପ୍ରତିକ୍ରିୟାରେ ଆମକୁ ମିଳିଥିଲା ଭିନ୍ନ ଉତ୍ତର ! ଯାହାକି ଆମକୁ ଚକିତ କରି ଦେଇଥିଲା ! ଅନ୍ୟ ପକ୍ଷରେ ଖବର ମୁତାବକ ସ୍ଥାନୀୟ ଗ୍ରାବାସୀ ମାନଙ୍କ ଅଭିଯୋଗ ରାଜସ୍ୱ ନିରୀକ୍ଷକ ଉକ୍ତ ଶ୍ମଶାନ ପରିଦର୍ଶନରେ ଆସି ୨୦୦ ମିଟର ଦୂରରୁ ଫଟୋ ଉଠାଇ ନିଜ କାର୍ଯ୍ୟ ସାରି ଦେଇଥିବା ଶୁଣିବା ପାଇଁ ମିଳୁଛି । ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ତହସିଲ ପ୍ରଶାସନ ମାଟି ମାଫିଆ ମାନଙ୍କ ଠାରୁ ମୋଟା ଅଙ୍କର ହାତ ଗୁଞ୍ଜା ନେଇ ସବୁ ଜାଣି ମଧ୍ୟ ନୀରବ ଦ୍ରଷ୍ଟା ସାଜିଛନ୍ତି କି ? ଯଦି ହଁ ତେବେ କଟକ ଜିଲ୍ଲା ଜିଲ୍ଲାପାଳ ଉକ୍ତ ବିଷୟକୁ ହୃଦୟର ସହ ନେଇ ତଦନ୍ତ କରି ମାଟି ମାଫିଆ ଓ ସ୍ଥାନୀୟ ତହସିଲ ପ୍ରଶାସନଙ୍କ ଉପରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସ୍ଥାନୀୟ ଗ୍ରାମବାସି ମାନେ ଦାବୀ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଆଇନ୍ କୁ ହାତକୁ ନେବା ସହ ରାଜରାସ୍ତା ଅବରୋଧ କରିବେ ବୋଲି କହିଛନ୍ତି ସ୍ଥାନୀୟ ଗ୍ରାମବାସୀ ।
ଶ୍ମଶାନ ଜମିରୁ ତାଡି ନେଲେ ମାଟି : ନିଶ୍ଚିନ୍ତକୋଇଲି ତହସିଲ ପ୍ରଶାସନ ନୀରବ ଦ୍ରଷ୍ଟା !!!

