ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା . ଧାର ଟଙ୍କା ମାଗିବାରୁ ହତ୍ୟା । ଏଭଳି ଅମାନୁଷିକ କାଣ୍ଡ ଘଟିଛି ଇଟାମାଟି ଥାନା ଗଦାଧର ପ୍ରସାଦ ଗ୍ରାମରେ । ଘଟଣା ରୁ ପ୍ରକାଶ ଗୋବିନ୍ଦପୁର ଗ୍ରାମର ଲକ୍ଷ୍ମୀଧର ରାଉତ ଭଉଣୀ ବାହାଘର ପାଇଁ ଗଦାଧର ପ୍ରସାଦ ଗ୍ରାମର ରମେଶ ମୁଦୁଲିଙ୍କ ଠାରୁ ୨୦ ହଜାର ଟଙ୍କା ଧାର ନେଇଥିଲେ । ରମେଶ ବାରମ୍ବାର ଟଙ୍କା ମାଗୁଥିଲେ ମଧ୍ୟ ଲକ୍ଷ୍ମୀଧର ଟଙ୍କା ଫେରସ୍ତ କରୁନଥିଲେ । ଗତକାଲି ରାତି ପ୍ରାୟ ଦଶଟା ସମୟରେ ରମେଶ ଟଙ୍କା ଫେରସ୍ତ ମାଗିଥିଲେ, ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଅତ୍ୟଧିକ ରାଗିଯାଇ ଲକ୍ଷ୍ମୀଧର ଏକ ଭୁଜାଲି ରେ ରମେଶ ଙ୍କୁ ଆକ୍ରମଣ କରିଥିଲା । ଛାତିରେ ଗଭୀର ଆଘାତ ଲାଗିଥିବାରୁ ରମେଶ ଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ରମେଶ କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଲକ୍ଷ୍ମୀଧର ଫେରାର ହୋଇଯାଇଛି ।