ପର୍ଯ୍ୟଟନସ୍ଥଳୀ ପାଣ୍ଡବ ବଖରା ରେ ଅଘଟଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ପାଥପୁର ପଞ୍ଚାୟତରେ ରହିଥିବା ପର୍ଯ୍ୟଟନସ୍ଥଳୀ ପାଣ୍ଡଵ ବଖରା ରେ ଘଟିଛି ଅଘଟଣ . ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକ ମହୁମାଛି କାମୁଡ଼ା ରେ ମୃତ୍ୟୁ ବାରଣ କରିଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି . ଆହତଙ୍କୁ ଚିକିତ୍ସା ପାଈଁ ଶହେ ଆଠ ଆମ୍ବୁଲାନ୍ସ ଦ୍ୱାରା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି . ଆହତ ଙ୍କ ମଧ୍ୟରେ ଜଣେ ଯୁବତୀ ରହିଥିବା ମିଳିଛି ସୂଚନା . ମୃତ ଯୁବକଙ୍କ ନାମ ଶୁଭେନ୍ଦୁ ସାହୁ . ଘର ତାଳଚେର ଅନୁଗୁଳ ଟାଉନ ଅଞ୍ଚଳର . ଭୁବନେଶ୍ୱର ର ପଟିଆ ଅଞ୍ଚଳରେ ରହି ପାଠ ପଡୁଥିବାର ମିଳିଛି ସୂଚନା . ଏବେ ଶବ ବ୍ୟବଛେଦ ପାଈଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି .

Leave a Reply

Your email address will not be published. Required fields are marked *