ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀ ଓ ଚିଲିକା ସାହିତ୍ୟ ସମାଜ ଆନୁକୁଲ୍ୟରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟନ ପଡିଆ ଠାରେ ଥିବା ଛାୟା ମଣ୍ଡପରେ ସହିଦ୍ କୃତିବାସ ପାଟ୍ଟଶାଣୀ କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସହ ବାଣପୁର ମୁକ୍ତି ସଂଗ୍ରାମ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଆଲୋଚକ ଡକ୍ଟର ଦେବେନ୍ଦ୍ର ନାଥ ମାନସିଂହ, ସଂଗ୍ରାମ କେଶରୀ ସାହୁ, ମଦନ ମୋହନ ମହାପାତ୍ର, ରଙ୍କନାଥ ସେଠୀ , ମାଧବ ଚନ୍ଦ୍ର ବାରିକ ଓ ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପ ସଭାପତି ଗୋପୀନାଥ ମହାରଣା ପ୍ରମୁଖ ତିନି ଦିନ ବାଣପୁର ସ୍ଵାଧୀନତା ଉପରେ ସମସ୍ତ ବିବରଣୀ ଉପସ୍ଥାପନା କରିଥିଲେ । ସଭାକାର୍ଯ୍ୟକୁ ସଭାପତି ବାଳମୁକୁନ୍ଦ ଦାସ ପ୍ରଥମେ ସହିଦ୍ କୃତିବାସଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ କରିଥିଲେ । ଏଥିରେ ବହୁ ସ୍ଥାନୀୟ ବ୍ୟକ୍ତି ଯୋଗଦାନ କରିଥିଲେ । କବି ଓ କବୟିତ୍ରୀ ଙ୍କ ଦ୍ଵାରା କବିତା ପାଠ ଉତ୍ସଵ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସମ୍ପାଦକ ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିବା ସହ କିଛି ଦାବି ଉପସ୍ଥାନ କରିଥିଲେ ।
ପଲଟନ ପଡିଆ ଠାରେ ଚିଲିକା ସାହିତ୍ୟ ସମାଜ ଆନୁକୁଲ୍ୟରେ ବାଣପୁର ମୁକ୍ତି ସଂଗ୍ରାମ ଉପରେ ଆଲୋଚନା ଅନୁଷ୍ଠିତ !!!

