ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କ ପାଇଁ ଗରମ ପାଣି ବିତରଣ କେନ୍ଦ୍ର ଉଦଘାଟନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରୋଟାରୀ କ୍ଲବ ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କ ପାଇଁ ଗରମ ପାଣି ବିତରଣ କେନ୍ଦ୍ର ଉଦଘାଟନ . ବିଧାୟକ ଡ. ଅରୁଣ କୁମାର ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କ ପାଇଁ ଗରମ ପାଣି ବିତରଣ କେନ୍ଦ୍ର ଉଦଘାଟନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଦୂର ଦୁରାନ୍ତରୁ ବହୁ ରୋଗୀ ଆସୁଥିଲେ ମଧ୍ୟ ଗରମ ପାଣି ପାଇଁ ବହୁତ ଅସୁବିଧା ର ସମୁଖୀନ ହେଉଥିଲେ। ରୋଗୀ ମାନଙ୍କର ଏହି ଅସୁବିଧା କୁ ଲକ୍ଷ୍ୟକରି ରୋଟାରୀ କ୍ଲବ ପକ୍ଷରୁ ନୟାଗଡ଼ ଜିଲାପାଳ ଡ. ପୋମା ଟୁଡୁ ଏବଂ ଜିଲ୍ଲା ଚିକିତ୍ସାଧିକାରୀ ଙ୍କ ସହିତ ଆଲୋଚନା କରି ଚିକିତ୍ସାଳୟ ମଧ୍ୟରେ ଗରମ ଜଳ ବିତରଣ କେନ୍ଦ୍ର ସ୍ଥାପନ କରାଯାଇଛି । ନୟାଗଡ଼ ରୋଟାରୀ କ୍ଲବ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା ଏବଂ ରୋଟାରୀ କ୍ଲବ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *