ପାରଳାଖେମୁଣ୍ଡି ପୌର ପରିଷଦରେ ଲୋକାଭିମୁଖୀ ଜନ ଶୁଣାଣୀ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଲୋକାଭିମୁଖୀ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ ,ଦାୟିତ୍ୱରେ ଥିବା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୌର ପରିଷଦ ସହକାରୀ ଯନ୍ତ୍ରୀ ପ୍ରମୁଖ ମଞ୍ଚାସିନ ଥିଲେ । ଆଜି ପ୍ରଥମ ଥର ଏହି ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିବାରୁ ଉତ୍କଣ୍ଠାର ସହ ସହରର ଜନ ସାଧାରଣ ନିଜର ସମସ୍ୟା ଜଣାଇବା କୁ ଆସିଥିଲେ । ପୌର ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଭିଯୋଗ କୁ ପଞ୍ଜିକୃତ କରିବା ସହ ତୁରନ୍ତ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ସହ ସମସ୍ୟା ମଧ୍ୟ ସମାଧାନ ସକାଶେ ପୌର ପରିଷଦ ପଦକ୍ଷେପ ନେଇଛନ୍ତି । ଏହି ଭଳି କାର୍ଯ୍ୟକ୍ରମ କୁ ସହର ବାସୀ ଙ୍କ ଦ୍ୱାରା ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *