ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ନାଭାଲ ଛକ ନିକଟରେ ଘଟି ଯାଇଛି ଏକ ସଡ଼କ ଦୁର୍ଘଟଣା । ଯାହା ଫଳରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ବାଣପୁର ନନ୍ଧପୁର ଗ୍ରାମର ତିନିଜଣ ଯୁବକ ତାଙ୍କ ଗ୍ରାମର କୌଣସି ଜଣଙ୍କ ବିବାହ କାର୍ଯ୍ୟରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ନାଭାଲ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକ୍ କୁ ଧକା ଦେଇ ଫେରାର ହୋଇ ଯାଇଥିଲା । ଯାହା ଫଳରେ ତିନି ଜଣ ଯାକ ଛିଟିକି ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି , ମୃତକ ଜଣଙ୍କ ହେଲେ ନନ୍ଧପୁର ଗ୍ରାମର କୈଳାସ ପ୍ରଧାନ ଙ୍କ ପୁଅ ବିକୁ ପ୍ରଧାନ (୨୭) ଯିଏ ଜଣେ ଡ୍ରାଇଭର ଅଟନ୍ତି । ଏ ନେଇ ବାଲୁଗାଁ ପୋଲିସ କେଶ ନମ୍ବର ୧୩୮/୨୨ ରେ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ।
ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ନାଭାଲ ଛକ ନିକଟରେ ସଡ଼କ ଦୁର୍ଘଟଣା : ଯୁବକଙ୍କ ମୃତ୍ୟୁ !!!

