ଗଜପତି ଜିଲ୍ଲାରେ ସଂସ୍କୃତି ଭବନ ନିର୍ମାଣ ହେବ କେବେ ?

0
278

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କଳା ସଂସ୍କୃତିରେ ପରିପୂର୍ଣ୍ଣ ଅଞ୍ଚଳ । ଜିଲ୍ଲାର ଅନେକ କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପାରଦର୍ଶିତା ଦେଖାଇ ଜିଲ୍ଲାର ସମ୍ମାନ ବଢ଼ାଇଛନ୍ତି . ତେବେ ଏଠାରେ କଳାକାର ମାନଙ୍କ ସକାଶେ ଏକ ସଂସ୍କୃତି ଭବନ ନିର୍ମାଣ ହୋଇପାରୁନାହିଁ । ଜିଲ୍ଲା ମୁଖ୍ୟାଳୟରେ ସଂସ୍କୃତି ଭବନ ନଥିବାରୁ ସଂସ୍କୃତି ପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲାର କଳା ଓ ସଂସ୍କୃତିର ବିଶେଷତ୍ୱକୁ ଜାତୀୟ ଓ ଆନ୍ତଃଜାତୀୟ ବିଶ୍ୱ ଦରବାରରେ ପରିଚିତ କରାଇ କଳା ଓ ସଂସ୍କୃତିକୁ ପରିପୁଷ୍ପଟିତ କରି ନିଜର ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ କଳାକାର ମାନଙ୍କର ଇଛାଶକ୍ତି ରହିଛି । ଜିଲ୍ଲାର ଗର୍ବ ଓ ଗୌରବକୁ କଳାକାରମାନେ ବାହାରେ ପ୍ରତିପାଦନ କରି ଜିଲ୍ଲା ପାଇଁ ବେଶ ସୁନାମ ଅର୍ଜନ କରିଛନ୍ତି ବହୁ କଳାକାର । ଜିଲ୍ଲାର ପ୍ରଥମ ରଙ୍ଗମଞ୍ଚ ନାଟକ ଅନୁଷ୍ଠିତ ହୋଇ ଥିବା ସହର କଳାକାର ମାନଙ୍କ ପାଇଁ କଳାକାର ମାନେ ଉତ୍ସ।ହିତ ଥିବା ବେଳେ ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ସଂସ୍କୃତି ଭବନଟିଏ ହୋଇପାରିଲା ନାହିଁ । ପ୍ରକାଶ ଥାଉକି ସହରରେ ସରକାରୀ ସ୍ତରରେ ଉପଯୁକ୍ତ ସ୍ଥାନ ନିରୂପଣ କରାଯାଇ ପାରୁ ନଥିବାରୁ ସଂସ୍କୃତି ଭବନ ନିର୍ମାଣ ହୋଇପାରୁନାହିଁ ବୋଲି ଶୁଣିବାକୁ ମିଳୁଛି । 2010 ମସିହାରୁ ଆସିଥିବା ଆର୍ଥିକ ଅନୁଦାନ ଖର୍ଚ୍ଚ ନ ହୋଇ ପଡିରହିଛି ଏକାଦଶ ଅର୍ଥ କମିଶନଙ୍କ ଅନୁଦାନ 20 ଲକ୍ଷ ଟଙ୍କା ଏହି ଜିଲ୍ଲାକୁ ସଂସ୍କୃତି ଭବନ ସକାଶେ ଆସି ଥିଲେ ସୁଦ୍ଧା ଦଶ ବର୍ଷ ହେଲା ଏହି ଅର୍ଥ ରାଶି ସଂସ୍କୃତି ଭବନ ସକାଶେ ଖର୍ଚ୍ଚ ହେଇପାରୁ ନଥିବା ଦୁଃଖଦ ଓ ପରିତାପର ବିଷୟ ଅଟେ । ସରକାରୀ ସ୍ତରରେ ଯଥାଶୀଘ୍ର ସ୍ଥାନ ନିରୂପଣ କରି ସଂସ୍କୃତି ଭବନ ନିର୍ମାଣ ହୋଇ ପାରିଲେ ଜିଲ୍ଲା ବାସୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି .

LEAVE A REPLY

Please enter your comment!
Please enter your name here