କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସ୍ଵତନ୍ତ୍ରତା ଅମୃତ ମହୋତ୍ସବ ୪୨ମୌଜାରେ ତ୍ରିରଙ୍ଗା ଯାତ୍ରା , ଆସନ୍ତା ୧୪ ଅଗଷ୍ଟ ଦିନ ସକାଳ ୧୦ ଟାରେ ଏକ ତ୍ରିରଙ୍ଗା ଯାତ୍ରା କଟକ ସଦର ୪୨ ମୌଜା ଝିଙ୍କିରିଆ ରଣାଷଣ୍ଢ ମନ୍ଦିରରୁ ବାହାରି ନୀଳକଣ୍ଠ ପୀଠ ବରାଳରେ ପହଞ୍ଚିବ । ଏହି କାର୍ଯ୍ୟକ୍ରମ ଭାରତର ୭୫ତମ ସ୍ଵାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସ୍ଵତନ୍ତ୍ରତା ଅମୃତ ମହୋତ୍ସବ ସମାରୋହ ସମିତି, ୪୨ ମୌଜାର କାର୍ଯ୍ୟକାରିଣୀ କମିଟି ସଭାପତି ନାରାୟଣ ମହାନ୍ତି ଓ ସାଧାରଣ ସମ୍ପାଦକ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ରାଷ୍ଟ୍ରୀୟ ଏକତା ଓ ଉତ୍ତମ ନାଗରିକତ୍ବ ନିର୍ମାଣ । ଏହି ତ୍ରିରଙ୍ଗା ଯାତ୍ରାରେ ବହୁ ପ୍ରତିଭାବାନ ବ୍ୟକ୍ତି ଓ ପୂର୍ବ ସୈନିକ ଯୋଗଦାନ କରିବେ । ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ସଭାଗୃହରେ ଅନୁଷ୍ଠିତ ବୈଠକରେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ଦେବତା, ସର୍ବ ବ୍ୟବସ୍ଥା ପ୍ରମୂଖ ଅସିମ ଦାସ, ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ଆଚାର୍ଯ୍ୟ, ଅଭ୍ୟର୍ଥନା କମିଟି ପ୍ରମୁଖ ଦେବେନ୍ଦ୍ର ସ୍ବାଇଁ, ମହିଳା ପ୍ରମୁଖ ଜୟନ୍ତୀ ସାହୁ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଆର୍ତ୍ତ ଭଞ୍ଜନ ମହାପାତ୍ର, ଗାନ୍ଧୀ ଗିରୁ ଦାସ, ଅନୀଲ ମହାପାତ୍ର, ଅଜୟ ନାୟକ, ସାଗର ବେହେରା, ଅମର ଦାଶ, ସୁରେଶ ପ୍ରଧାନ, ସୁଜିତ ଦାସ ଏବଂ କୃଷକ ଓ ଶ୍ରମିକ ନେତା ଦେବୀପ୍ରସାଦ ପତି ଯୋଗ ଦେଇଥିଲେ । ବିଶେଷ କରି ଯୁବକ, ଯୁବତୀ, ଛାତ୍ର ଛାତ୍ରୀ ମାନେ ଯୋଗଦେବାକୁ ଅନୁରୋଧ କରାଯାଇଛି ।
୪୨ ମୌଜାରେ ତ୍ରିରଙ୍ଗା ଶୋଭାଯାତ୍ରା ନେଇ ପ୍ରସ୍ତୁତି ଚୁଡାନ୍ତ !!!

