ବିଦ୍ୟାଳୟରେ ପରୀକ୍ଷା ଫଳ କାହିଁକି ଭଲ ହେଉନାହିଁ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିଦ୍ୟାଳୟରେ ପରୀକ୍ଷା ଫଳ ଭଲ ହେଉନାହିଁ କାହିଁକି . ସରକାରଙ୍କ ନାଲି ଆଖିର ଶାସନରେ ସବୁ ବିଦ୍ୟାଳୟ ମାନଙ୍କରୁ ଉଠିଗଲାଣି ଦଣ୍ତ ବିଧାନ । ସ୍କୁଲ ପ୍ରାଚୀରରେ ମଧ୍ୟ ଲେଖା ହୋଇଛି ଦଣ୍ତମୁକ୍ତ ଅଞ୍ଚଳ । ଗୋଟେ ଗୋଟେ ପରିଚାଳନା କମିଟିରେ ସଭାପତି ଆସନରେ ରହୁଛନ୍ତି ଦଶମ ଫେଲଥିବା ଗାଁ ‘ର କୁଜିନେତା କିମ୍ବା ସ୍କୁଲ ପ୍ରଧାନ ଶିକ୍ଷକଙ୍କର ସଂପର୍କିୟ ଲୋକ । ବିଦ୍ୟାଳୟ ମାନଙ୍କରେ ପଢା କମ୍ , କିନ୍ତୁ ଶିକ୍ଷକ ମାନେ ଜନ ପ୍ରତିନିଧିଙ୍କ ସରକାରୀ ଜନକଲ୍ୟାଣ ମୂଳକ କାର୍ଯ୍ୟମାନ ବେଶୀ କରୁଛନ୍ତି । ଏହି ସବୁ କଥାକୁ ଆମେ ଜଣେ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ହିସାବରେ କହୁନାହୁଁ । ଉପରୋକ୍ତ ତଥ୍ୟ ଥିଲା ଶିକ୍ଷୟତ୍ରୀଙ୍କ ମାଡରେ ଲହୁଲୁହାଣ ହୋଇଥିବା ଛାତ୍ର ଘଟଣାର ସାମନ୍ତରାପୁର ଗ୍ରାମର କିଛି ବୁଦ୍ଧିଜିବୀଙ୍କ କଥା । ଆପୋଷ ସମାଧାନ ହୋଇଥିବା ଉକ୍ତ ଘଟଣାକୁ ଗଣମାଧ୍ୟମ ମାଧ୍ୟମରେ ପରେ ପ୍ରଘଟ ଓ ପ୍ରକାଶିତ କରିବାକୁ ଲୋକେ ସମାଲୋଚନା କରିଛନ୍ତି । ଡମପଡା ବ୍କକର ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଦେବାଶିଷ ବେହେରା ବିଦ୍ୟାଳୟରେ ଉପସ୍ଥିତ ନରହି ସହପାଠୀଙ୍କ ସହିତ ବାହାରେ ବୁଲୁଥିବାରୁ ଶିକ୍ଷୟିତ୍ରୀ ମଧୁସ୍ମିତା ମିଶ୍ର ବେତରେ ପ୍ରହାର କରିଥିଲେ । ପର ମୂହୁର୍ତ୍ତରେ ପିଲାଟି ବେହୋସ ହୋଇଥିଲା । ଗୋଟେ ଅପ୍ରିତିକର ପରସ୍ଥିତିକୁ ଆଡେଇବାକୁ ଯାଇ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ସହିତ ଅବିଭାବକ , ପ୍ରଧାନ ଶିକ୍ଷକ ସବିତା ସାହୁ ଓ ସ୍କୁଲ ପରିଚାଳନା କମିଟି ଭିତରେ ଆପୋଷ ଆଲୋଚନା କରାଯାଇ ଫଇସଲା କରାଯାଇଥିଲା। କିନ୍ତୁ କିଛି ବାହାର ଲୋକ ଘଟଣାକୁ ଉସକାଇ ବଡ ଧରଣ କରାଇଥିଲେ । ଛାତ୍ରର ଅବିଭାବକ ସୁରେନ୍ଦ୍ର ବେହେରା ଓ ମା’ ମମତା ବେହେରା ତାଳବସ୍ତ ଫାଣ୍ତିରେ ଶିକ୍ଷୟିତ୍ରୀଙ୍କ ନାମରେ ଏତଲା ଦେଇଥିଲେ । ଫାଣ୍ତି ଅଧିକାରୀ ଅମର ଦାସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ବ୍କକ ଶିକ୍ଷା ଅଧିକାରଙ୍କ କାନରେ ମଧ୍ୟ ଘଟଣାଟି ପଡିଛି । ଆଗକୁ ଏହି ସବୁ ଘଟଣା ପରି ଶିକ୍ଷୟିତ୍ରୀ ଜଣଙ୍କ ଅନ୍ୟ ବିଦ୍ୟାଳୟକୁ ବଦଳି ହେବେ । କିନ୍ତୁ ନୂଆ ଜଣେ ଶିକ୍ଷକ ଆସି ନପାରନ୍ତି ।ସାତଟି ଶ୍ରେଣୀକୁ ବିଦ୍ୟାଳୟରେ ଥିବା ୮ ଜଣ ଶିକ୍ଷକଙ୍କ ମଧ୍ୟରୁ ବର୍ତ୍ତମାନ ମାତ୍ର ୫ ଜଣ ଥିଲେ । ଆଗକୁ ସେଥିରୁ ଗୋଟେ ସଂଖ୍ୟା କମିବ । ନିଜ ଗାଁ ‘ର କଥା ନିଜ ଭିତରେ ସମାଧାନ ନକରି କେବଳ ଗଣମାଧ୍ୟମରେ ଚର୍ଚ୍ଚା କଲେ ନିଜର ହିଁ କ୍ଷତି ଘଟେ ।

Leave a Reply

Your email address will not be published. Required fields are marked *