ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଜୀବିକା ବିକାଶ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ତ୍ରିରଙ୍ଗା ପତାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେଥିପାଇଁ ଦୁଇଟି ମିଶନ ଶକ୍ତି ସିଲେଇ କେନ୍ଦ୍ରକୁ ଦାୟିତ୍ୱ ଦିଆଯାଇଛି । ରାୟଗଡ ମିଶନ ଶକ୍ତି, ରାୟଗଡ ଏବଂ ମିଶନ ଶକ୍ତି ଜିରାଙ୍ଗ ରାୟଗଡର ତାଲିମ ପ୍ରାପ୍ତ ସିଲେଇ ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାର୍ଯ୍ୟ କରୁଛନ୍ତି । ରାଜ୍ୟରେ 30 ଲକ୍ଷ ତ୍ରିରଙ୍ଗା ମିଶନ ଶକ୍ତି ଦ୍ବାରା ପ୍ରସ୍ତୁତ ହେବାକୁ ଯାଉଛି । ଏହି କ୍ରମରେ ଗଜପତି ଜିଲ୍ଲାରେ 50 ହଜାର ତ୍ରିରଙ୍ଗା ନିର୍ମାଣ କରାଯିବ । ଏହି କାର୍ଯ୍ୟ କୁ 55 ଜଣ ମହିଳା ପ୍ରସ୍ତୁତ କରୁଛନ୍ତି । ଏହି କାର୍ଯ୍ୟ ସୁଚାରୁ ରୁପେ କରି ସାରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଏହା ସହର ବାସୀଙ୍କୁ ବଣ୍ଟନ କରାଯିବ । ସମ୍ପୂର୍ଣ୍ଣ ଦେଶରେ 75 ବର୍ଷ ସ୍ୱାଧୀନତାକୁ ସ୍ମରଣ କରିବା ଏବଂ ସ୍ୱାଧୀନତା ପାଇଁ ନିଜ ଜୀବନ ବ୍ୟାପି ସାଧନା ଓ ଜୀବନକୁ ବଳିଦାନ ଦେଇଥିବା ଦେଶପ୍ରେମୀଙ୍କୁ ସ୍ମରଣ କରିବା ପାଇଁ ଅଗଷ୍ଟ 13 ରୁ 15 ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଅନୁରୋଧ କରାଯାଇଛି । ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତ୍ରିରଙ୍ଗା ନିର୍ମାଣ କାର୍ଯ୍ୟ ପରିଚାଳିତ ହେଉଛି ।
ଗଜପତି ଜିଲ୍ଲାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ଶୁଭାରମ୍ଭ !!!

