ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଟି ଦୀପଦାନ ଓ ଜାତୀୟ ସଙ୍ଗୀତ ଗାନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ ଆଜାଦୀ କା ଅମୃତ୍ ମହୋତ୍ସବ ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ୭୫ଟି ଦୀପଦାନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ଉତ୍ସବ ପାଳନ କମିଟିର ଯୁଗ୍ମ ସମ୍ପାଦକ ତଥା ଶିକ୍ଷକ ତୀର୍ଥବାସୀ ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଦେଶ କିଭଳି ସ୍ବାଧୀନତା ଲାଭ କରିଥିଲା ଏବଂ ଦେଶ ସ୍ବାଧିନରେ ମହାପୁରୁଷ ମାନଙ୍କ ଭୁମିକା ଓ ବଳୀୟାନ ବିଷୟରେ ଆଲୋକପାତ କରିଥିଲେ । ଏଥି ସହିତ ଆଜିଠାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଭାରତ ମା’ ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାସହ ନିଜକୁ ଗୌରାବନ୍ବିତ ମନେ କରିବାକୁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ୍ ନାୟକ, ସହକାରୀ ଶିକ୍ଷକ ସୁରେନ୍ଦ୍ର କୁମାର ଦାଶ ଓ ତପନ ଦିଗାଳଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *