ସ୍ୱାଧୀନତା ଦିବସରେ ରକ୍ତଦାନ ଶିବିର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସ୍ୱାଧୀନତା ଦିବସରେ ରକ୍ତଦାନ ଶିବିର . ୭୬ ତମ ସ୍ବାଧିନତା ଦିବସ ଅବସରରେ ସତ୍ୟମ୍ କମ୍ପ୍ୟୁଟର ଓ ଜିଲ୍ଲା ରେଡକ୍ରସ ଫୋରମ୍ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରି ସ୍ବାଧୀନତା ଦିବସ ପାଳନ କରାଯାଇଛି । ସ୍ବାଧୀନତା ଦିବସ ଅବସରରେ ସତ୍ୟମ୍ କମ୍ପ୍ୟୁଟର ନିର୍ଦ୍ଦେଶକ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୧୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପବିତ୍ର କୁମାର ସାହୁ, ସୁଶାନ୍ତ ପାଇକରାୟ , କାଜଲ ଡାକୁଆ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ । ସତ୍ୟମ୍ କମ୍ପ୍ୟୁଟର ର ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି କି ଯଦି କୌଣସି ଶିକ୍ଷିତ ଛାତ୍ରଛାତ୍ରୀ ମାନେ ଅର୍ଥ ଅଭାବରୁ କମ୍ପ୍ୟୁଟର ଶିକ୍ଷାରେ କିଛି ଅସୁବିଧା ଭୋଗନ୍ତି ସଦାବେଳେ ତାଙ୍କ ୟୁନିଟ ଖୋଲାଅଛି । ଏଥି ସହିତ ସତ୍ୟମ୍ କମ୍ପ୍ୟୁଟର ଶିକ୍ଷା , ସ୍ବାସ୍ଥ୍ୟ ଏବଂ ନୟାଗଡ ରୋଟାରୀ କ୍ଲବ ସବୁ ସମୟରେ ଜନସାଧାରଣ ଙ୍କ ପାଖରେ ଅଛି ବୋଲି ପ୍ରକାଶ କରିଥିଲେ ।

 

Leave a Reply

Your email address will not be published. Required fields are marked *