ବାଳମୁକୁନ୍ଦ କେନ୍ଦ୍ର ଦ୍ୱାରା ନୂତନ ଶିକ୍ଷା କୌଶଳ ପ୍ରୟୋଗ କରି ବରିଷ୍ଠ ନାଗରିକ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭକ୍ତିରସ ଅବତାର ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜାଙ୍କ ଶହେ ତମ ଜନ୍ମ ବାର୍ଷିକୀ ଉତ୍ସବ ଅଭିଯାନ ମାନବ କଲ୍ୟାଣ ନିମନ୍ତେ ବାଳ ମୁକୁନ୍ଦ କେନ୍ଦ୍ର ଦ୍ୱାରା ଚାଲୁଥିବା ବେଳେ ବରିଷ୍ଠ ନାଗରିକ ଦିବସ ଅବସରରେ ଶିଶୁମାନେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହିତ ଘର ଘର ବୁଲି ବରିଷ୍ଠ ନାଗରିକ ମାନଙ୍କ ଠାରୁ ଆଶୀର୍ବାଦ ସହିତ ନୀତିଶିକ୍ଷା ପାଇଥିଲେ ଏବଂ ସେମାନଙ୍କର ଭଲମନ୍ଦ କଥା ପିଲା ମାନେ ପଚାରି ବୁଝିଥିଲେ l ବରିଷ୍ଠ ନାଗରିକ ଗଣ କେନ୍ଦ୍ର ପୁରାଧା ହରେ ରାମକୃଷ୍ଣ ଚୌଧୁରୀ, ବାସନ୍ତୀ ଚୌଧୁରୀ, ଉଦୟ ଚନ୍ଦ୍ର ଜେନା, ରାସବିହାରୀ ମିଶ୍ର, ତ୍ରିବେଣୀ ଦାସ, ଉଦୟ ଦାଶ ଏବଂ ସୀତାକାନ୍ତ ମିଶ୍ର l ଶେଷରେ ରାଜଗୁରୁ ସାହି ମଝିରେ ଥିବା ଶ୍ରୀ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିରକୁ ପିଲା ମାନେ ଯାଇ ଦର୍ଶନ କରି ବରିଷ୍ଠ ନାଗରିକ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟପାଇଁ ପ୍ରାର୍ଥନା କରିଥିଲେ l

Leave a Reply

Your email address will not be published. Required fields are marked *