ମାଟିମୂର୍ତ୍ତୀ ବଦଳରେ ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତୀ ଲୋକପ୍ରିୟତା ବଢୁଛି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଉ କିଛି ଦିନ ପରେ ଅଗ୍ରପୂଜା ଗଜାନନ ଗଣପତିଙ୍କ ପୂଜା । ଶ୍ରୀ ଗଣେଶ ପୂଜା ପାଖେଇ ଆସୁଥିବା ବେଳେ ବର୍ତ୍ତମାନ ବଜାରରେ ମୂର୍ତ୍ତି ବିକ୍ରି ଆରମ୍ଭ ହୋଇ ଗଲାଣି । ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଗଣେଶ ପୂଜା ନିରାଡ଼ମ୍ବର ଭାବରେ ପାଳନ କରାଯାଇଥିବା ବେଳେ ଏହି ବର୍ଷ ଲୋକଙ୍କ ମଧ୍ୟରେ ଗଣେଶ ପୂଜା ପାଇଁ ଉତ୍ସ।ହ ଦେଖିବାକୁ ମିଳିଛି । ପାରଳା ସହର ବର୍ତ୍ତମାନ ଠାରୁ ଗଣେଶ ପୂଜା ସକାଶେ ଚଳଚଞ୍ଚଳ ହୋଇ ଉଠିଲାଣି । ଆଉ କିଛି ଦିନ ପରେ ଗଣେଶ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ମାଟି ମୂର୍ତ୍ତି ଠାରୁ ଏହି ମୂର୍ତ୍ତି ଅତି ସୁନ୍ଦର, ନିଖୁଣ ହୋଇ ଥିବାରୁ ତଥା ଶସ୍ତା ଓ ହାଲୁକା ହୋଇ ଥିବାରୁ ଲୋକଙ୍କ ଗୋଟିଏ ଜାଗାରୁ ଅନ୍ୟ ସ୍ଥାନ କୁ ନେବାକୁ ସୁବିଧା ଓ ସହଜ ହୋଇଛି । ଲୋକ ଏଥିପ୍ରତି ଆକୃଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ଏହି ମୂର୍ତ୍ତି ପଡୋଶୀ ରାଜ୍ୟର ବିଭିନ୍ନ ଜାଗାରୁ ଆଣି ବ୍ୟବସାୟୀ ମାନେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ଦୁଇ ପଇସା ରୋଜଗାର କରିବା ଆଶାରେ ସହରର ବିଭିନ୍ନ ଛକ ଓ ଗଳିରେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ପାରଳା ସହରରେ ଏବେବି ମୂର୍ତ୍ତି କାରିଗର ମାନେ ନିଜର କୌଳିକ ବୃତ୍ତି ବଞ୍ଚାଇ ରଖିଛନ୍ତି । ମାଟି ମୂର୍ତ୍ତି କାରିଗର ମାନଙ୍କର ମାଟି ମୂର୍ତ୍ତି ନିର୍ମାଣ ଚାଲୁରହିଛି । ଆଧୁନିକତାରେ ହଜି ଯାଉଥିବା ମଣିଷ ମାଟି ମୂର୍ତ୍ତି ବଦଳରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିକୁ ଆକୃଷ୍ଟ ହେଉଛନ୍ତି । ସରକାରୀ ପ୍ରୋତ୍ସ।ହନ ଅଭାବରୁ ମାଟି ମୂର୍ତ୍ତିର କାରିଗର ନିଜର କୌଳିକ ବୃତ୍ତିକୁ ବଞ୍ଚାଇବା କଷ୍ଟ ସାଧ୍ୟ ହୋଇ ପଡ଼ିଛି । ସହରର କିଛି କାରିଗର ଗଣେଶ ପୂଜା ଆଗକୁ ଆସୁଥିବାରୁ ଦୁଇ ପଇସା ରୋଜଗାର କରିବା ଆଶାରେ ମାଟି ମୂର୍ତ୍ତି କରିବାରେ ଲାଗି ପଡିଛନ୍ତି । ସମୟ ସହିତ ତାଳ ଦେଇ ଏହି କାରିଗରୀ ମନେ ମଧ୍ୟ ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ନିର୍ମାଣ ସହ ବିକ୍ରି ବଟା ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *