ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧରେ ବେଗୁନିଆ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ମଣ୍ଡଳ ସଭାପତି ମାନଙ୍କ ସହ ୪୦ ଗୋଟି ପଞ୍ଚାୟତର ସଭାପତି ଓ କର୍ମୀ ମାନେ ଖୋଲାଖୋଲି ବିରୋଧ କରିଛନ୍ତି । ବିଜେପି ଦଳୀୟ କର୍ମକର୍ତ୍ତା ଓ ସଙ୍ଗଠନର ସଦସ୍ୟ ମାନଙ୍କୁ ଅଣଦେଖା କରିବାରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ବେଳେ ସାଂସଦଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ଭିତରେ ପୁରାଇ ନ ଦେବାକୁ ଧମକ ଦେଇଛନ୍ତି । ଗତ ଅଗଷ୍ଟ ୨୮ ତାରିଖରେ ସାଂସଦଙ୍କ ବିରୋଧରେ ବୈଠକ ଡାକିଥିବାରୁ ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜ୍ଞଶ୍ୱର ସୁନ୍ଦରାୟ ଓ ବେଗୁନିଆ ମଣ୍ଡଳ ସଭାପତି ଭଗବାନ ପଣ୍ଡା ବହିଷ୍କୃତ ହୋଇଥିଲେ ! ତେବେ ମଧ୍ୟ ଏହାର ପ୍ରଭାବ ଦଳୀୟ କର୍ମୀଙ୍କ ଉପରେ ପଡି ନ ଥିଲା ! ସାଂସଦ ଅପରାଜିତା ଷଡ଼ଙ୍ଗୀ ସାଙ୍ଗଠନିକ ଦକ୍ଷତାର ଅଭାବ, କର୍ମୀଙ୍କୁ ଅବହେଳା, ଏକତରଫା ନିଷ୍ପତ୍ତି ଓ ଦଳ ବିରୋଧି କାର୍ଯ୍ୟ ଯୋଗୁଁ ତୃଣମୂଳ ସ୍ତରରୁ କିପରି ଦଳ ମଜଭୁତ ହୋଇ ପାରିବ ସେଭଳି ଆଖି ଦୃଶିଆ କାର୍ଯ୍ୟ କରି ପାରିନାହାନ୍ତି । ଏହାକୁ ନେଇ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବାରୁ ଆଗାମୀ ଦିନରେ ଏହା ଦଳକୁ ମହଙ୍ଗା ପଡିପାରେ ବୋଲି ଆଲୋଚନା ହେଉଛି !