ଜଙ୍କିଆ ଥାନା ଅଞ୍ଚଳରେ ଟାଙ୍ଗୀ ଅବକାରୀ ବିଭାଗର ଚଢ଼ାଉ : ବ୍ରାଉନସୁଗାର ଜବତ, ମହିଳା ଗିରଫ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମରେ ଆଜି ଟାଙ୍ଗୀ ଅବକାରୀ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଲିଲି ନନ୍ଦି । ତାଙ୍କ ନିକଟରୁ ୧୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି , ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାକୁ ନେଇ ବିଭାଗ ପିଆର ନମ୍ବର ୭୨ / ୨୨-୨୩ ରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *