ନାଚୁଣୀ ସଲପଡିହ ଗ୍ରାମରେ ବିଷପିଇ ଆତ୍ମହତ୍ୟା କଲେ ମହିଳା : ମୃତଦେହ ଜବତ କଲା ପୋଲିସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସଲପଡିହ ଗ୍ରାମର ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ମହିଳା ଜଣଙ୍କ ହେଉଛନ୍ତି ବାଲୁଗାଁ ଥାନା ସାମନ୍ତସିଂହାରପୁର ଅଞ୍ଚଳର ସୁରେନ୍ଦ୍ର ପ୍ରଧାନଙ୍କ ଝିଅ ଅନିତା ନାୟକ (୨୮) । ସେ ସଲପଡିହ ଗ୍ରାମର ନିରଞ୍ଜନ ନାୟକଙ୍କୁ ବିବାହ କରିଥିବା ବେଳେ ତାଙ୍କ ସ୍ୱାମୀ ମୁମ୍ବାଇରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି । ତେବେ କୌଣସି କାରଣବଶତଃ ଗତକାଲି ସଂନ୍ଧ୍ୟାରେ ଅନିତା ବିଷ ପିଇ ଦେଇଥିଲେ । ପରବର୍ତ୍ତୀ ସମୟରେ ପରିବାର ବର୍ଗ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ଥାନାନ୍ତରଣ ସମୟରେ ବାଲୁଗାଁରେ ଆମ୍ବୁଲାନ୍ସରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଙ୍କ ଠାରୁ ସୂଚନା ପାଇ ନାଚୁଣୀ ଫାଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ଅନିତାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି । ତେବେ ଅଦ୍ୟାବଧି ମୃତକଙ୍କ ପରିବାର ପକ୍ଷରୁ ଏ ନେଇ ନାଚୁଣୀ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *