ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ସାପକୁ ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା । ସୂଚନା ଅନୁସାରେ ଡେରେଜାଙ୍ଗ ଜଳ ପ୍ରକଳ୍ପରେ ମାଛ ପାଇଁ ଜାଲ ଲାଗିଥିଲା । ଆଜି ସକାଳେ ମାଛ ଧରିବା ପାଇଁ ମାଛ ଚାଷୀ ଗଲାବେଳେ ଏକ ୫ ଫୁଟ ଲମ୍ବର ଅଜଗର ଲାଗିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେମାନେ ଭୟଭୀତ ହୋଇଯିବା ସହ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଆଦିତ୍ୟ ବେହେରା ଖବର ପାଇ ଘଟଣା ସ୍ଥଳରେ ସାଥୀ ବିଜୁ ଭୋଇ ଏବଂ ପିଣ୍ଟୁ ବେହେରାଙ୍କ ସହ ପହଞ୍ଚି ସାପଟି ଜାଲ ଭିତରେ ପଶି ରହିଥିବା ଦେଖିଥିଲେ । ସେ ଦୀର୍ଘ ସମୟ ଚେଷ୍ଟା କରି ଅତି ସାବଧାନତାରେ ଜାଲ କାଟି ଶେଷରେ ସାପଟିକୁ ଉଦ୍ଧାର କରିଥିଲେ । ପରେ ବନବିଭାଗ ସହ ଯୋଗାଯୋଗ କରି ମନ୍ଦରଗିରି ପାହାଡରେ ସାପଟିକୁ ଛାଡିଥିଲେ ।
ମାଛ ଜାଲରେ ଲାଗିଲା ଅଜଗର ସାପ !!!

