ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚାଷଙ୍ଗରା ଗ୍ରାମସ୍ଥିତ ଭାଲେରୀ ଉଚ୍ଚ ବିଦ୍ୟାଳୟର ୨୦୦୧ ବ୍ୟାଚର ଦଶମ ଶ୍ରେଣୀରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଦୀର୍ଘ ଦୁଇ ଦଶନ୍ଧି ପରେ ଆନନ୍ଦ ଉଲ୍ଲାସର ସହ ବାଣପୁର ଶାଳିଆ ଡ୍ୟାମ ନିକଟସ୍ଥ ମା’ ତାରିଣୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦୀର୍ଘ ଦୁଇ ଦଶନ୍ଧି ପରେ ଆୟୋଜନ କରାଯାଇଥିବାରୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ୍ୟରେ ନାହିଁ ନଥିବା ଉତ୍ସହ ଦେଖା ଦେଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତେ ସ୍କୁଲ୍ ଦିନର ଅଭୁଲା ଅତୀତକୁ ମନେ ପକାଇଥିଲେ l ଏହି ଅବସରରେ ପିଲା ଦିନର କଥାକୁ ଉଜ୍ଜୀବିତ ଜରିବା ପାଇଁ କବିତା, ନାଚ, ଗୀତ ଆୟୋଜନ କରାଯାଇଥିଲା l ଏଥିରେ ପୁରାତନ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜକୁ ହଜାଇ ଦେଇଥିଲେ l ଆସନ୍ତା ବର୍ଷ ଠାରୁ ପ୍ରତିବର୍ଷ ଏହିପରି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି l

