ଜିଲ୍ଲା ସ୍ତରୀୟ କୁକୁଡ଼ା ଚାଷୀ ମାଲିକ ସଂଘର ବୈଠକ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ସଦର ମହକୁମା ନିକଟସ୍ଥ ମା ଵରମୂଳେଇ ମନ୍ଦିର ପରିସରରେ ଜହିନୁର ହକଙ୍କ ଆବାହକତ୍ବରେ ଖୋର୍ଦ୍ଧା ଜିଲ୍ଲା କୁକୁଡ଼ା ମାଲିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁକୁଡ଼ା ମାଲିକ ସଂଘର ରାଜ୍ୟ ସଂଯୋଜକ ନୀଳାଚଳ ପରିଡା ଯୋଗ ଦେଇ ବିଗତ ଦିନ ମାନଙ୍କରେ କୁକୁଡ଼ା ଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବା ପ୍ରକାଶ କରିଥିଲେ । ବର୍ତ୍ତମାନ ପରିପ୍ରେକ୍ଷୀରେ ହୁ ହୁ ହୋଇ ଦରଦାମ ବୃଦ୍ଧି ହେଉଥିବାରୁ କୁକୁଡ଼ା ଚାଷୀମାନେ ଦେବାଳିଆ ହୋଇ ଋଣଗ୍ରସ୍ତ ଚାପରେ ରହି କ୍ଷତି ସହୁଛନ୍ତି । ଏଥିରେ ନାମୀ ଦାମୀ କମ୍ପାନୀ ମାନେ ପୁଞ୍ଜି ନିବେଶ କରି ମାଲେମାଲ ହେଉଥିବା ବେଳେ ଚାଷୀ ମାନେ ଏକଜୁଟ ହୋଇ ସଂଘ ମାଧ୍ୟମରେ ଦାବୀକୁ ଉପସ୍ଥାପନ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି । ଏଥି ସହିତ ୧୮ ଜଣିଆ କମିଟି ଗଠନ କରାଯାଇ ପ୍ରଶାସନକୁ ଭେଟି ଦାବି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରାଯିବ । ଏହି ଦାବି ପ୍ରତି ପ୍ରଶାସନ କର୍ଣ୍ଣପାତ ନକଲେ ସଂଘ ନିଷ୍ପତ୍ତି ନେଇ ସମସ୍ତ କୁକୁଡ଼ା ଚାଷକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ ଓ ବୋଲଗଡ଼ ଅଞ୍ଚଳରୁ ଶହେରୁ ଉର୍ଦ୍ଧ୍ବ ଚାଷୀ ସମାବେଶ ହୋଇଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *