ଘଟଗାଁରେ ଶିଶୁ ମାନଙ୍କୁ ଖାଦ୍ୟ ବଣ୍ଟନ ସହ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଅଭିଯାନ ୯୧୨ ଦିନରେ ପହଞ୍ଚିଲା !!!

Spread the love

କେନ୍ଦୁଝର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ପ୍ରଭାବରେ ଅଣ୍ଟା ସଳଖି ପାରି ନଥିବା ରାସ୍ତା କଡ଼ର ଶିଶୁ, ଭିକ୍ଷୁକ, ବୁଭୁକ୍ଷୁ ଅସହାୟ, ପାଗଳ / ପାଗିଳି ଆଦିଙ୍କୁ ଖାଦ୍ୟ, ବସ୍ତ୍ର ସହ ଅସଚେତନ ବ୍ୟକ୍ତି ମାନଙ୍କୁ ସଚେତନ କରାଇବା ଚିନ୍ମୟ ଫାଉଣ୍ଡେସନର ପ୍ରମୁଖ ଲକ୍ଷ ସାଜିଛି । ଆଜକୁ ଦୀର୍ଘ ୯୧୨ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ଚାଲିଛି ସଚେତନତା ସାଙ୍ଗକୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ହ୍ୟାଣ୍ଡ ଗ୍ଲୋବ୍ସ ,ଡେଟେଲ, ଫିନାଇଲ ଆଦି ବଣ୍ଟନ । ଅସହାୟ ମାନଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ସାମଗ୍ରୀ, ଆର୍ଥିକ ସହାୟତା ଆଦି ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ଦିନସଂଖ୍ୟା ୯୦୭ ରୁ ୯୧୨ ପର୍ଯ୍ୟନ୍ତ ଛଅ ଦିନର କାର୍ଯ୍ୟକ୍ରମ ସ୍ଥାନୀୟ କେନ୍ଦୁଝର ଜିଲ୍ଲାର ଘଟଗାଁ, ଆନନ୍ଦପୁର, ବାଲିପଶି ସମେତ ବିଭିନ୍ନ ସ୍ଥାନରେ କରାଯାଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସ୍ବେଚ୍ଛାସେବୀ ସାଗରିକା ପରିଡା, ପୂଜାରାଣୀ ବେହୁରିଆ, ବର୍ଷାରାଣୀ ମାଝୀ, ଦୀପ୍ତିରଞ୍ଜନ ପ୍ରଧାନ, ସତ୍ୟଜିତ ବାରିକ, ବିଶ୍ୱଜିତ ମଲ୍ଲିକ, ଦୁର୍ଗା ପ୍ରସାଦ ରାଉତ, ରକି ଦାସ, ନିଳିମା ଜେନା, ରଶ୍ମିତା ଜେନା ଆଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *