ଗଜପତି ଜିଲ୍ଲାରେ ଧାର୍ଯ୍ୟ ଦର ଠାରୁ ଅଧିକା ଟଙ୍କାରେ ବିକ୍ରୀ ହେଉଛି ସାର : କୃଷି ବିଭାଗ ସାଜିଛି ନୀରବଦ୍ରଷ୍ଟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ ଅଟେ । ଏଠାକାର ଜୀବନ ଜୀବିକା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ଜିଲ୍ଲାର 7 ଟି ବ୍ଳକ ମଧ୍ୟରୁ 3 ଟି ବ୍ଳକରେ ଅଧିକା ଧାନ ଚାଷ ହୋଇଥାଏ । ଗୁମ୍ମା, ଗୋଶାଣି ଓ କାଶୀ ନଗର ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । ବର୍ତ୍ତମାନ ଚାଷୀଙ୍କୁ ଖରିଫ ଋତୁ ଧାନ ଚାଷ ସକାଶେ ସାର ଆବଶ୍ୟକ ଥିବା ବେଳେ ବସ୍ତା ରେ ଥିବା ଏମ୍ ଆର ପି ମୂଲ୍ୟ ଠାରୁ ଅଧିକା ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ସବୁ ଜାଣି ନୀରବ ଦ୍ରଷ୍ଟା ପାଲଟି ଥିବାର ଦେଖିବାକୁ ମିଳିଛି । ସମିତି ବୈଠକରେ ସାର ର ଚଢା ଦରରେ ବିକ୍ରି ହେଉଥିବା ଜନ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ରହିବା ସମସ୍ତଙ୍କୁ ଚକିତ କରିଛି । ନିୟମ ଅନୁସାରେ ସାର ବ୍ୟବସାୟୀ ପି ଓ ଏସ ମେସିନ ବ୍ୟବହାର କରିବା ଆବଶ୍ୟକତା ରହିଥିବା ବେଳେ ଦର ତାଲିକା ଟାଙ୍ଗିବା, ଷ୍ଟକ ରେଜିଷ୍ଟର ଅପ ଟୁ ଡେଟ ରଖିବା ଆବଶ୍ୟକ ଥିବା ବେଳେ, ସାର କିଣିବା ବେଳେ ବିଲ ଦେବା ଆବଶ୍ୟକ ଥିବା ବେଳେ କେହି ଏ ନିୟମ ମାନୁଛନ୍ତି କି ନାହିଁ ବିଭାଗୀୟ କର୍ତ୍ତୃପକ୍ଷ ଯାଞ୍ଚ କରୁ ନଥିବାର ଅଭିଯୋଗ ହେଉଛି । ଯାହା ଫଳରେ ସାରର କଳା ବଜାରୀ ତଥା ସାର ଚଢା ଦରରେ ବିକ୍ରି ହେଉ ଥିବା ଅଭିଯୋଗ ହେଉଛି । ଏମ୍ ଆର ପି ଦର ଠାରୁ ଅଧିକା ଦରରେ ବିକ୍ରି କରିବା ଆଇନଗତ ଅପରାଧ ଥିବା ବେଳେ କିପରି ଏମଆରପି ଦର ଠାରୁ ଅଧିକା ଚାଷିଙ୍କ ଠାରୁ ନିଆଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି !

Leave a Reply

Your email address will not be published. Required fields are marked *