ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟ ରେ ଓଡ଼ିଆ ବିଭାଗ ଦ୍ଵାରା ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟରେ ଓଡ଼ିଆ ବିଭାଗର ଏକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ତଥା ଯୁବ ଅଧ୍ୟାପକ ସଞ୍ଜୟ କୁମାର ସାହୁଙ୍କୁ ତାଙ୍କର ପିଏଚଡି ଉପାଧି ଲାଭ ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ସାହୁ ଭୁବନେଶ୍ୱରସ୍ଥ କିଟ ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ପ୍ରଫେସର ତଥା ସରକାରୀ ଡୀନ ଡକ୍ଟର ସୁକାନ୍ତ ଚନ୍ଦ୍ର ସ୍ବାଇଁଙ୍କ ତତ୍ୱାବଧାନରେ ଗବେଷଣା କରୁଥିଲେ ଏବଂ ତାଙ୍କ ଗବେଷଣାର ବିଷୟ ଥିଲା ସୋସିଓ ଇକୋନୋମିକ ପାର୍ଟିସିପେଏସନ ଅଫ ଆଉଟ ମାଇଗ୍ରେଣ୍ଟସ ଫ୍ରମ ଓଡ଼ିଶା ଇନ ଡୋମଷ୍ଟିକ ହାଉସ ହୋଲଡ଼ ମ୍ୟାନେଜମେଣ୍ଟନ ଏଣ୍ଡ ଦେର ୱେଲ ବିଙ୍ଗ ଏ ଷ୍ଟଡି ଇନ ଗଜପତି ଜିଲ୍ଲା ! ଶ୍ରୀ ସାହୁଙ୍କ ଉକ୍ତ ଗବେଷଣା ସନ୍ଦର୍ଭ ଟି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ନେହୁ ସିଲଂର ବରିଷ୍ଠ ପ୍ରଫେସର ଡକ୍ଟର ଭାଗୀରଥି ପଣ୍ଡା , କିଟ ବିଶ୍ଵ ବିଦ୍ୟାଳୟର ଉପ କୁଳପତି, ଡୀନ ତଥା ବିଭାଗର ସମସ୍ତ ପ୍ରଫେସର , ଅଧ୍ୟାପକ ଅଧ୍ୟାପିକା ଓ ଗବେଷକଙ୍କ ଉପସ୍ଥିତିରେ ଏକ ମୁକ୍ତ ସାକ୍ଷାତକାର ହୋଇଥିଲା ଏବଂ ପ୍ରଫେସର ପଣ୍ଡାଙ୍କ ସମେତ ଅନ୍ୟମାନଙ୍କ ଦ୍ଵାରା ଏହା ଉଚ୍ଚ ପ୍ରଶଂସିତ ହୋଇଥିଲା । ଶ୍ରୀଯୁକ୍ତ ସାହୁଙ୍କ ଏହି ସଫଳତା ପାଇଁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଓଡ଼ିଆ ବିଭାଗ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଭାଗୀୟ ମୁଖ୍ୟ ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଶ୍ରୀଯୁକ୍ତ ସାହୁ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ତାଙ୍କ ସଫଳତା ପଛରେ ତାଙ୍କ ପିତା ଚନ୍ଦ୍ରମଣି ସାହୁ, ମାତା ବାସନ୍ତୀ ସାହୁ, ବଡ଼ଭାଇ ଅଜୟ କୁମାର ସାହୁ ପରିବାର ତଥା ବନ୍ଧୁବାନ୍ଧବଙ୍କ ସହଯୋଗକୁ ସ୍ମରଣ କରିବା ସହିତ ନିଷ୍ଠା କେବେ ବ୍ୟର୍ଥ ଯାଏ ନାହିଁ ବୋଲି କହିଥିଲେ । ଓଡ଼ିଆ ବିଭାଗର ଅନ୍ୟତମ ଅଧ୍ୟାପକ ଡକ୍ଟର ଚନ୍ଦ୍ର ଶେଖର ଦାସ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାର ମାନ ଓ ମୂଲ୍ୟ ସମ୍ପର୍କରେ ବୁଝାଇଥିଲେ । ଉକ୍ତ ସଭାରେ ଓଡ଼ିଆ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ର ଛାତ୍ରୀ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *