ପୁରପଲ୍ଲୀରେ ଚାଲିଛି ଜହ୍ନି ଓଷା ପୂଜା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପୁରପଲ୍ଲୀରେ ଚାଲିଛି ଜହ୍ନି ଓଷା ପୂଜା । ଏହି ପୂଜା ଭାଦ୍ରବ ପୂର୍ଣ୍ଣିମା ଠାରୁ ଆଶ୍ୱିନ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହେବ । ସବୁ କୁମାରୀ ଝିଅ ମାନେ ଏକତ୍ରିତ ହୋଇ ଏହି ପୂଜା କରିଥାନ୍ତି । ତୁଳସୀ ଗଛ ମୂଳରେ ସନ୍ଧ୍ୟା ହେଲେ ଝୋଟି ଚିତା ପକାଇ ଉଖୁଡା, ନଡିଆ, ଫଳ , ପାଚିଲା ଭୋଗ ଲଗାଇ ପୂଜା କରିଥାନ୍ତି । ଜହ୍ନି ଓଷା ଗୀତ ଗାଇ ପାରମ୍ପରିକ ରୀତିନୀତି ଅନୁସାରେ ମାଆ ବୃନ୍ଦାବତୀଙ୍କ ନିକଟରେ ନିଜର ମନ କାମନା ପୂରଣ ପାଇଁ ପୂଜା କରିଥାନ୍ତି । ଏହି ପୂଜା କଲେ ନିଜର ଓ ନିଜ ପରିବାର ମଙ୍ଗଳ ହୁଏ ବୋଲି କଥା ରହିଛି । ଯେଉଁ କୁମାରୀ ମାନେ ଏହି ପୂଜା କରିଥାନ୍ତି ସେମାନେ ମାସ ଯାକ ନିଷ୍ଠାର ସହ ରହିଥାନ୍ତି । ମାସ ଯାକ ପିଆଜ ରସୁଣ ଆମିଷ ଜହ୍ନି ପ୍ରଭୃତି ଖାଇ ନଥାନ୍ତି । ଏହି ପୂଜା କଲେ ପରିବାର ର ମଙ୍ଗଳ ହେବା ସହ ନିଜର ମଧ୍ୟ ମଙ୍ଗଳ ହୋଇଥାଏ । କୁମାର ପୂର୍ଣ୍ଣିମା ଦିନ ମାଆ ବୃନ୍ଦାବତୀଙ୍କୁ ଫଳ , ପିଠା ପଣା ଦେଇ ପୂଜା କରି ଓଷା ଉଦଯାପନ କରିଥାନ୍ତି ।

Leave a Reply

Your email address will not be published. Required fields are marked *