ନିରାମୟ ଯୋଜନାରେ ରୋଗୀଙ୍କୁ ମିଳୁନି ଔଷଧ : ବାହାର ଔଷଧ କିଣୁଛନ୍ତି ରୋଗୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ନିରାମୟ ଔଷଧ ବିତରଣ କେନ୍ଦ୍ର ଠାରେ ରୋଗୀଙ୍କୁ ଡାକ୍ତର ଲେଖିଥିବା ଔଷଧ ମିଳୁ ନଥିବାରୁ ରୋଗୀ ଅର୍ଥ ଖର୍ଚ୍ଚ କରି ବାହାର ଔଷଧ ଦୋକାନରୁ କିଣୁଛନ୍ତି । ଯଦି ଗୋଟିଏ ଔଷଧ ଥିଲେ ଅନ୍ୟ ଗୋଟିଏ ବା ଦୁଇଟି ଔଷଧ ବାହାର ଔଷଧ ଦୋକାନ ରୁ ଅର୍ଥ ଖର୍ଚ୍ଚ କରି କିଣିବାକୁ ପଡୁଛି । କାହା ସ୍ୱାର୍ଥରେ ଏହି ନିରାମୟ ଯୋଜନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏପଟେ ରାଜ୍ୟ ସରକାର ମାଗଣାରେ ଔଷଧ ରୋଗୀଙ୍କୁ ବିତରଣ କରାଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ରୋଗୀଙ୍କୁ ଔଷଧ ଷ୍ଟକ ନାହିଁ କହି ଫେରାଇବା କେତେ ଯୁକ୍ତି ଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ହୋଇ ପାରୁ ନଥିବା ରୁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଯଦି ମୁଖ୍ୟ ଚିକିତ୍ସାଳୟରେ ଥିବା ନିରାମୟ ଔଷଧ ବିତରଣ କେନ୍ଦ୍ରର ଏପରି ବ୍ୟବସ୍ଥା, ବିଭିନ୍ନ ବ୍ଳକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନିରାମୟ ଔଷଧ ବିତରଣ କେନ୍ଦ୍ରର କିଭଳି ବ୍ୟବସ୍ଥା ଏଥିରୁ ଅନୁମେୟ କରି ହେଉଥିବ । ତେଣୁ ରାଜ୍ୟ ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେଲେ ରୋଗୀ ଔଷଧ ପାଇପାରିବେ ଓ ରୋଗୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *