ଘଟଣାସ୍ଥଳରେ ଡେମୋ ଦେଖାଇଲେ ମୃତକଙ୍କ ଦ୍ଵିତୀୟ ପତ୍ନୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର କେନାଲ ମଧ୍ୟରେ ଶୁକ୍ରବାର ଦିନ ଜଣେ ଯୁବକଙ୍କ ମୃତ ଶରୀର ଉଦ୍ଧାର ହୋଇଥିବା ବେଳେ ମୃତକଙ୍କ ଗୁପ୍ତାଙ୍ଗ କଟା ହୋଇଥିବାର ଜଣ ଯାଇଥିଲା ! କଟା ଗୁପ୍ତାଙ୍ଗ ମୃତ ଶରୀର ପାଖରେ ପଡିଥିବା ଘଟଣାରେ ସୁକିନ୍ଦା ପୋଲିସ ମୃତ୍ୟୁରେ ସଂମ୍ପୃକ୍ତ ଥିବା ମୃତକ ରାଜୁ ଚାମ୍ପିଆଙ୍କ ଦ୍ୱିତୀୟ ପତ୍ନୀ ବାଲେମା ବଦରା ଙ୍କୁ ସ୍କାନର କୁ ଆଣିଥିଲା ! ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ କାବୁଲି ବାରିକଙ୍କ ନେତୃତ୍ଵରେ ସୁକିନ୍ଦା ପୋଲିସ୍ ରାଜୁ ଚାମ୍ପିଆଙ୍କ ଦ୍ୱିତୀୟ ପତ୍ନୀ ବାଲେମା ବଦରାକୁ ଗିରଫ କରିବା ପରେ ଏବେ କଳିଙ୍ଗନଗର ଅତିରିକ୍ତ ଏସପି ସିଲଭରୀୟସ ତୋପଙ୍କ ଉପସ୍ଥିତରେ ଘଟଣାସ୍ଥଳରେ ଡେମୋ କରାଇଛି ! ବାଲେମା ବଦରା ଓରଫ କୁନି , ରାଜୁ ଚାମ୍ପିଆଙ୍କୁ ଧାରୁଆ ଅସ୍ତ୍ରରେ ମାରି ଦେଇଥିବା ମାନିବା ପରେ ଏବେ ବାଲେମା ବଦରାଙ୍କୁ ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରି କାବୁଲି ବାରିକ ଓ ଅତିରିକ୍ତ ଏସପି ଘଟଣା ସ୍ଥଳରେ ଡେମୋ କରାଇ ପ୍ରମାଣ ସଂଗ୍ରହ କରି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *