ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବାପା ଆରଟିଆଇ ରେ ତଥ୍ୟ ମାଗିବାରୁ ଝିଅକୁ ହରାଇବାକୁ ପଡିଛି ଚାକିରି । ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ . ମହାନଦୀ ବନ୍ୟପ୍ରାଣୀ ବିଭାଗରେ କାର୍ଯ୍ୟରତ ଦଶପଲ୍ଲା ର ସୁରଭି ନନ୍ଦ ଡିଏଫଓ ହର୍ଷବର୍ଦ୍ଧନ ଉଦଗନ୍ତ ଙ୍କ ନାମରେ ହ୍ୟୁମାନ ରାଇଟ୍ସ କମିସନର ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସୁରଭି ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପା ସତ୍ୟନାରାୟଣ ନନ୍ଦ ଜଣେ ଆରଟିଆଇ କର୍ମୀ । ସେ ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ମାଗି ବହୁ ଦୁର୍ନୀତି ର ପର୍ଦ୍ଦାଫାଶ କରିଛନ୍ତି । ସୁରଭି ବିବାହିତ ଓ ଶିକ୍ଷିତ ହୋଇଥିବାରୁ ବାପାଙ୍କ କାର୍ଯ୍ୟ ସହିତ ତାଙ୍କର ସମ୍ପର୍କ ନାହିଁ । ତାଙ୍କ ବାପା ଦଶପଲ୍ଲା ମହାନଦୀ ବନ୍ୟପ୍ରାଣୀ ବିଭାଗକୁ କିଛି ତଥ୍ୟ ମାଗିଥିଲେ । ସୁରଭି ସେଠାରେ ଚାକିରୀ କରିଥିବା ହେତୁ ଡିଏଫ୍ଓ ତାଙ୍କ ଉପରେ ବାପାଙ୍କୁ ଆରଟିଆଇ ରେ ତଥ୍ୟ ନ ମାଗିବା ନେଇ ଚାପ ପକାଇଥିଲେ । ଏ ସମ୍ପର୍କରେ ବଡ ବାବୁ ମନୋଜ କୁମାର ସାମଲ ଙ୍କ ଦ୍ଵାରା ଫୋନ କରି ଅଫିସ କୁ ନ ଆସିବା ପାଇଁ ପରୋକ୍ଷରେ ଧମକ ମଧ୍ୟ ଦେଇଥିଲେ । ଏପରିକି ବାପା ଆରଟିଆଇ ରେ ତଥ୍ୟ ମାଗିଲେ ଝିଅ ଚାକିରି କରିପାରିବ ନାହିଁ କହିଥିଲେ । କୋଭିଡ ସମୟରେ ଅଫିସ କୁ ଯିବାଆସିବା କୁ ବାରମ୍ବାର ପାସ୍ ଟିଏ ମାଗିଥିଲେ ମଧ୍ୟ ଡିଏଫ୍ଓ ଦେଇ ନଥିଲେ । ତାଙ୍କୁ ଡିଏଫ୍ଓ ଉଦ୍ଦେଶ୍ୟ ମୁଳକ ଭାବେ ଚାକିରି ରୁ ବାହାର କରିଥିବା ସେ ଅଭିଯୋଗ କରିଛନ୍ତି ।