ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ବାପୁଜୀ ପେଣ୍ଠ ଗାଁ ରେ ପ୍ରତି ପାଞ୍ଚ ବର୍ଷ ରେ ଥରେ ହେଉଥିବା ବହୁ ପୂରାତନ “ଉଷାକୋଠୀ” ପର୍ବ ଉଦଯାପିତ ହୋଇଯାଇଛି ! ଦଶହରା ଦିନ ଠାରୁ ଆରମ୍ଭ ହେଇଥିବା ଏହି ପର୍ବ ଗୁରୁବାର ଭୋର ସମୟରେ ମା ଠାକୁରାଣୀ ନିଳୀମା ଙ୍କ ଘଟ କୁ ଗାଁ ନିକଟ ମହେନ୍ଦ୍ରତନୟା ନଦୀ ତଟରେ ଉଦଯାପନ କରାଯାଇଥିଲା ! ଦୀର୍ଘ ନଅ ଦିନ ଧରି ଚାଲିଥିବା ଏହି ପର୍ବ ରେ ବିଭିନ୍ନ ଦିନ ବିଭିନ୍ନ ବେଶ ସହ ବାଲେଶ୍ଵର ର ପାଲା ଓ ବଲାଙ୍ଗିର ର ସମ୍ବଲପୁରୀ ବାଜା ଲୋକ ଙ୍କ ମନ ମୋହିଥିଲା, ପର୍ବ ର ଶେଷ ଦୁଇ ଦିନ ରେ ଗାଁ ର କଳାକାର ମାନଙ୍କ ଦ୍ବାରା ପ୍ରଥମେ “ମଣିଷ ଗଛ ର ଛାଇ”, ଦ୍ଵିତୀୟ ରଜନୀ ରେ “କାହାଣୀ ଶୁଣିଲେ କାନ୍ଦ ଲାଗୁଛି” ଦୁଇଟି ନାଟକ ମଞ୍ଚସ୍ଥ ହେଇଥିଲା ! ଉଭୟ ନାଟକ କୁ ରବୀନ୍ଦ୍ର ନାଥ ମିଶ୍ର ନିର୍ଦ୍ଦେଶନା ଓ ଆଦର୍ଶ ଦାସ ସହ ନିର୍ଦ୍ଦେଶନା ଦେଇଥିଲେ । ଉଦଘାଟନୀ ସମାରୋହରେ କମିଟି ସଭାପତି ସୁବାଷ ଚନ୍ଦ୍ର ବିଶ୍ବାଳ, ଦକ୍ଷିଣ ଓଡ଼ିଶା କଳାକାର ସଂଘ ସଚିବ ରୋସନ ସାହୁ, କମିଟି ବରିଷ୍ଠ ସଦସ୍ୟ ସୁମନ୍ତ ବିଶ୍ବାଳ ଙ୍କ ସମେତ ଗ୍ରାମ ର ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଦସ୍ୟ ଙ୍କ ସହ ନିର୍ଦ୍ଦେଶକ ଦ୍ବୟ ଉପସ୍ଥିତ ଥିଲେ। ଦୁଇ ଗୋଟି ନାଟକ ଗାଁ ର ବରିଷ୍ଠ କଳାକାର ଗଣେଶ ବିଶ୍ବାଳ, ପ୍ରମୋଦ ବିଶ୍ବାଳ, ପ୍ରଭାକର ପ୍ରଧାନ, ରଜତ ଜେନା ଙ୍କ ସମେତ ଅନ୍ୟ ଯୁବକ ମାନେ ସୁନ୍ଦର ଅଭିନୟ ମାଧ୍ୟମରେ ହଜାର ହଜାର ଦର୍ଶକ ଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲେ ! ଦୀର୍ଘ ବର୍ଷ ପରେ ସୀମାନ୍ତ ଦ୍ବିଭାଷୀ ଅଂଚଳରେ ଓଡ଼ିଆ ନାଟକ ପରିବେଷଣ ହୋଇଥିବାରୁ ଆନ୍ଧ୍ର ରୁ ଆସିଥିବା ଓଡ଼ିଆ ଲୋକେ ମଧ୍ୟ ଆୟୋଜକ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।
ଉଷା କୋଠୀ ପର୍ବ ଉଦଯାପିତ : ଶେଷ ଦୁଇ ଦିନ ରେ ଦୁଇଟି ନାଟକ ମଞ୍ଚସ୍ଥ !!!

